29.1 C
Bhubaneswar
Thursday, May 7, 2026
Homeଓଡିଶାଡିସେମ୍ବର ଶେଷ ସୁଦ୍ଧା ମିଳିବ ଜମି ପଟ୍ଟା

ଡିସେମ୍ବର ଶେଷ ସୁଦ୍ଧା ମିଳିବ ଜମି ପଟ୍ଟା

ଭୁବନେଶ୍ୱର: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜମି ପଟ୍ଟା ଦେବା ଲାଗି ମନ୍ତ୍ରୀ ପୂଜାରୀ ଝାରସୁଗୁଡ଼ାର ଏକ କାର୍ୟ୍ୟକ୍ରମରେ ଘୋଷଣା କରିଛନ୍ତି । ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନଥିବା ପରିବାରଗୁଡ଼ିକୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ ହୀରାକୁଦ ନଦୀବନ୍ଧ ହେବା ବେଳେ ୪୬ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସଂପୃକ୍ତ ବାସିନ୍ଦାଙ୍କୁ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା। ସେହି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଝାରସୁଗୁଡ଼ା ଜିଲାର ୧୯ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ବିସ୍ଥାପିତଙ୍କୁ ୧୯ଟି ବସତିରେ ଥଇଥାନ କରାଯାଇଛି। ସେଥିରୁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି।ଅବଶିଷ୍ଟ ଗ୍ରାମ ରାଜସ୍ବ ଆଇନରେ ଆସୁ ନ ଥିବାରୁ ସେଗୁଡ଼ିକୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇ ପାରିନାହିଁ। ଏ ସମ୍ବନ୍ଧରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶା ବିଧାୟକମାନଙ୍କ ଉଦ୍ୟୋଗକୁ ଦେଖି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ହୀରାକୁଦ ବନ୍ଧ ଚାରିପଟେ ରହିଥିବା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଫିସରମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking