35.1 C
Bhubaneswar
Saturday, May 9, 2026
Homeଅପରାଧଚଳନ୍ତା କାର ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ

ଚଳନ୍ତା କାର ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଦେଇ ସାରା ଦେଶ ସ୍ତବ୍ଧ ହୋଇପଡ଼ିଥିବାବେଳେ ଉତ୍ତରପ୍ରଦେଶ ଆଗ୍ରାରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଚଳନ୍ତା କାରରେ ଦୁଷ୍କର୍ମ କରିଛନ୍ତି। ଶେଷରେ ସମ୍ପୃକ୍ତ ଛାତ୍ରୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଛନ୍ତି ଅଭିଯୁକ୍ତ। ଛାତ୍ରୀଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁସାରେ, ଛାତ୍ରୀ ଜଣକ ଡା. ଭୀମରାଓ ଆମ୍ବଡେକର ବିଶ୍ଵବିଦ୍ୟାଳୟରେ ଇଞ୍ଜିନିୟରିଂ ଶେଷ ବର୍ଷରେ ପଢୁଛନ୍ତି। ସେ ଲକ୍ଷ୍ନୌରେ ରୁହନ୍ତି। ଗତ ୧୦ ତାରିଖରେ ଉକ୍ତ ବିଶ୍ଵବିଦ୍ୟାଳୟରେ ପୂର୍ବରୁ ପଢ଼ୁଥିବା ଶିବାଂଶ ସିଂହ ନାମକ ଜଣେ ବରିଷ୍ଠ ଛାତ୍ର ଏକ କାରରେ ଆସି ତାଙ୍କୁ କାରଗିଲ ଛକ ନିକଟରେ ଅଟକାଇଥିଲେ। ପରେ ତାଙ୍କୁ ସେଠାରୁ ଅପହରଣ କରି ନେଇଥିଲେ। ଚଳନ୍ତା କାର ଭିତରେ ତାଙ୍କ ହାତ ବାନ୍ଧି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking