24.4 C
Bhubaneswar
Thursday, May 14, 2026
Homeଓଡିଶାଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ; ୯ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ; ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାରା ପ୍ରସାଦଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ପୂର୍ବତନ ମୁଖ୍ୟଯନ୍ତ୍ରୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ସକାଳେ ତାରା ପ୍ରସାଦଙ୍କ ଘରେ ଚଢ଼ାଉ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking