ଭୁବନେଶ୍ୱର : ଲଗାଣ ବର୍ଷା ପାଇଁ ବଢୁଛି ମହାନଦୀର ଜଳସ୍ତର । ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ମହାନଦୀ ଜଳସ୍ତର ପୁଣି ବୃଦ୍ଧି ପାଉଛି । ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ବଢ଼ୁଥିବା ଜଳ ସ୍ତରକୁ ନଜରରେ ରଖି ତଳିଆ ଅଞ୍ଚଳରେ ଉପରେ ଦୃଷ୍ଟି ଦେବାକୁ ଏସଆରସି ପରାମର୍ଶ ଦେଇଛନ୍ତି । କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି । ଆଜି ମୁଣ୍ଡଳି ବ୍ୟାରେଜ ଦେଇ ୫ ଲକ୍ଷ ୭୮ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ମହାନଦୀର ଶାଖା ନଦୀ ଯୋକୁ ଓ ଋଣ ନଦୀ ଅବବାହିକାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ତିଗିରିଆ ବ୍ଲକ୍ର ଖଣ୍ଡହତା ଗାଁରୁ ସୋମପଡା ଗାଁକୁ ସଂଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।