18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଇଡି କାର୍ଯ୍ୟକଳାପକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ଇଡି କାର୍ଯ୍ୟକଳାପକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାମଲା ରୁଜୁ କରିବାରେ ଧୁରନ୍ଧର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି), କିନ୍ତୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ ସୁପ୍ରିମକୋର୍ଟ। ମାମଲାଗୁଡ଼ିକରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଉନ୍ନତି ଆଣିବାକୁ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ର ଜଣେ ବ୍ୟବସାୟୀ ସୁନୀଲ କୁମାର ଅଗରୱାଲଙ୍କ ବିରୋଧରେ ଆଗତ ଏକ ଆର୍ôଥକ ହେରଫେର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଇଡିକୁ ଏଭଳି କହିଛନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠନ ଖଣ୍ଡପୀଠ ଇଡିର ପ୍ରଦର୍ଶନକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଜଷ୍ଟିସ ଭୂୟାଁ କହିଥିଲେ, ଇଡି ୫୦୦୦ ମାମଲା ପଞ୍ଜୀକୃତ କରିଛି। କିନ୍ତୁ ମାତ୍ର ୪୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି। ସେହିପରି ଜଷ୍ଟିସ ସୂର୍ଯ୍ୟ କାନ୍ତ ମାମଲାଗୁଡ଼ିକରେ ଗୁଣବତ୍ତା ସମ୍ପନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ଇଡି ମନୋନିବେଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଇଡି ଉଦ୍ଦେଶ୍ୟରେ କହିଥିଲେ, ଏଭଳି ଜଘନ୍ୟ ଅଭିଯୋଗ ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରୁଛି। କିନ୍ତୁ ତୁମେମାନେ ଅନ୍ୟ କିଛି ବ୍ୟକ୍ତିଙ୍କ ମନ୍ତବ୍ୟ ଆଧାରରେ ମାମଲା ରୁଜୁ କରିଦେଉଛ। ମାମଲାଗୁଡ଼ିକରେ ବିଜ୍ଞାନଗତ ପ୍ରମାଣ ରହିବା ଉଚିତ ବୋଲି ବିଚାରପତି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking