27.7 C
Bhubaneswar
Wednesday, July 1, 2026
Homeଖେଳପ୍ୟାରିସ୍‌‌ ଅଲିମ୍ପିକ୍ସ : ହକି ମ୍ୟାଚରୁ ଅମିତ ରୋହିଦାସ ବାଦ

ପ୍ୟାରିସ୍‌‌ ଅଲିମ୍ପିକ୍ସ : ହକି ମ୍ୟାଚରୁ ଅମିତ ରୋହିଦାସ ବାଦ

ନୂଆଦିଲ୍ଲୀ : ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତୀୟ ହକି ମ୍ୟାଚରୁ ଅମିତ ରୋହିଦାସ ବାଦ ପଡିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଜର୍ମାନୀ ବିପକ୍ଷ ମ୍ୟାଚରେ ସେମି ଫାଇନାଲ ମ୍ୟାଚ ଖେଳିପାରିବେନି ଭାରତୀୟ ଦଳର ପ୍ରମୁଖ ଖେଳାଳୀ ଅମିତ ରୋହିଦାସ। ରବିବାର ଖେଳାଯାଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ଅମିତଙ୍କୁ ରେଡ୍‌‌ କାର୍ଡ ମିଳିବା ପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡେରେସନ। ଗ୍ରେଟ୍‌‌ ବ୍ରିଟେନ-ଭାରତ ମ୍ୟାଚରେ ଅମିତଙ୍କ ଷ୍ଟିକ୍‌‌ ବ୍ରିଟେନର ଜଣେ ଖେଳାଳୀଙ୍କ ମୁହଁରେ ବାଜିଥିଲା। ପାଉଲୁ ଲାଗି ଅମିତଙ୍କୁ ରେଡ କାର୍ଡ ମିଳିଥିଲା।। ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଅଗଷ୍ଟ-୪ତାରିଖରେ ଭାରତ- ଗ୍ରେଟ୍‌‌ ବ୍ରିଟେନ ମ୍ୟାଚ ବେଳେ ଏଫଆଇଏଚ୍‌‌ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking