31.1 C
Bhubaneswar
Thursday, April 30, 2026
Homeଓଡିଶାନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର

ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର

କଟକ : ମହାନଦୀରେ ନିଖୋଜ ଥିବା କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଭଦିମୂଳ ଘାଟ ନିକଟରେ ମୃତଦେହ ଉଦ୍ଧାର କଲେ ଲୋକେ। ରବିବାର ପାଣି ଉଠାଇବା ବେଳେ ଭଦିମୂଳ-ଗତିରାଉତପାଟଣା ମଧ୍ୟସ୍ଥଳର ଏକ ମଠ ନିକଟସ୍ଥ ମହାନଦୀ ଘାଟରେ ଜଣେ କାଉଡ଼ିଆ ବୁଡ଼ି ନିଖୋଜ ହୋଇଯାଇଥିଲେ। କାଉଡ଼ିଆ ଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ପୁଅ ବିଶ୍ବଜିତ୍‌ । ଜଳ ସଂଗ୍ରହ କରିବା ସମୟରେ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସିଆରଆରଆଇ ଥାନା ପୁଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନଦୀରେ ତଲାସି ଜାରି ରହିଥିଲା। ହେଲେ ଅନ୍ଧକାର ସହିତ ପାଣିସୁଅ ଅଧିକ ଥିବାରୁ ନିଖୋଜ ବିଶ୍ୱଜିତ୍‌ଙ୍କୁ ଠାବ କରିବା ସମ୍ଭବ ହୋଇପାରିନଥିଲା। ତେବେ ଆଜି ସକାଳୁ ବିଶ୍ଵଜିତଙ୍କର ମୃତଦେହ ଉଦ୍ଧାର ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking