22.1 C
Bhubaneswar
Thursday, February 12, 2026
Homeଓଡିଶାବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ତେବେ ମୁଖ୍ୟତଃ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାକୁ ଲାଗୁଛି। ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୦୯.୭୩ ଫୁଟକୁ ବୃଦ୍ଧି ପାଇଛି। ତେବେ ପୂର୍ବରୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଦୁଇଟି ପର୍ୟ୍ୟାୟରେ ୪ଟି ଲେଖାଏଁ ଗେଟ୍ ଖୋଲିଛି। ଫଳରେ ଏବେ ମୋଟ୍ ୧୪ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ନିଷ୍କାସନ ହେଉଛି। ତେବେ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେଣୁ ଅଧିକାରୀମାନେ ହୀରାକୁଦ ଜଳଭଣ୍ଡାରର ଜଳ ନିଷ୍କାସନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking