21.1 C
Bhubaneswar
Saturday, February 14, 2026
Homeଓଡିଶାଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସିବ ଆଳୁ

ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆସିବ ଆଳୁ

ଭୁବନେଶ୍ୱର : ପଶ୍ଚିମବଙ୍ଗ ନୁହେଁ, ଏଥର ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ। ରାଜ୍ୟ ବ୍ୟବସାୟୀ ମହାସଂଘ ସହ ଆଲୋଚନା ପରେ ଏପରି ବୟାନ୍‌ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ରାଜ୍ୟରେ ଦେଖାଦେଇଥିବା ଆଳୁ ଶଙ୍କଟ ଦୂର ପାଇଁ ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବ୍ୟବସାୟୀ ସଂଘର କର୍ମକର୍ତ୍ତା ସହିତ ଆଲୋଚନା କରିଥିଲେ। ଚର୍ଚ୍ଚା ଆଲୋଚନା ଭିତରେ ବ୍ୟବସାୟୀ ସଂଘ ଆଣିଥିଲା ସଙ୍ଗୀନ ଅଭିଯୋଗ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକ୍‌କୁ ରାସ୍ତାରେ ଅଟକା ଯାଉଛି। ମାଡ଼ ମରାଯାଇ ୪୦ରୁ ୫୦ ହଜାର ଟଙ୍କା ଲେଖାଏ ଚାନ୍ଦା ଆଦାୟ କରାଯାଉଛି। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।ବୈଠକ ପରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆଳୁ ସମସ୍ୟା ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦିନେ ଦୁଇ ଦିନ ଭିତରେ ଆଳୁ ବିବାଦ ସମାଧାନ ହୋଇଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ହେଲାନାହିଁ। ସମସ୍ୟା ସମାଧାନ ହୋଇପାରିଲା ନାହିଁ। ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଆଳୁ ଟ୍ରକ୍‌ ଗୁଡ଼ିକୁ ରାସ୍ତାରେ ଅଟକା ଯାଉଛି। ଟ୍ରକ୍‌ ଚାଳକ ଓ କର୍ମଚାରୀଙ୍କୁ ମାଡ଼ ମରାଯାଉଛି। ଟ୍ରକ୍‌ ପିଛା ୪୦ରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଚାନ୍ଦା ଆଦାୟ କରାଯାଉଛି। ସେହି ଆଳୁ ଓଡ଼ିଶାରେ ପହଞ୍ଚିଲା ବେଳକୁ ରେଟ୍‌ ଅଧିକା ପଡୁଛି। ଏହା ପରେ ମଧ୍ୟ ଓଡ଼ିଶା ପର୍ୟ୍ୟାପ୍ତ ପରିମାଣର ଆଳୁ ପାଇପାରୁ ନାହିଁ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking