23.4 C
Bhubaneswar
Sunday, December 22, 2024
Homeଓଡିଶା୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ                ...

୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ                                                  

କଟକ: ଏକ ନରହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଉଭୟଙ୍କୁ କଟକ ଅତିରିକ୍ତ ଜିଲ୍ଲା ଦୈାରାଜଜ୍‌(୨ୟ) ନରହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଆସାମୀ କାଳନ୍ଦି ଓ ରାଜୁଙ୍କୁ ଆଜୀବନ କାରାବାସ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ମାମଲାର ବିବରଣୀ ଅନୁଯାୟୀ, ୨୦୨୨ ମସିହା ଜୁନ୍ ୨୧ ତାରିଖରେ କଟକ କଲେଜଛକ ନିକଟରେ ଘଟିଥିବା ଉକ୍ତ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । କାଳନ୍ଦି ବିଶ୍ୱାଳ ଓ ତା’ର ସହଯୋଗୀ ରାଜୁ ମିଶି ସନାତନ ଦାଶ ଓ ମାଳତି ବିଶ୍ୱାଳଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସନାତନର ମୃତ୍ୟୁ ହୋଇଥିଲା ଏବଂ ମାଳତି ଗୁରୁତର ଭାବେ ଆହତ ହୋଇଥିଲେ । ୨୧ ଜଣ ସାକ୍ଷୀଙ୍କର ବୟାନ ଏବଂ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ପ୍ରମାଣକୁ ଆଧାର କରି କଟକ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ଏହି ଦଣ୍ଡାଦେଶ ଦେଇଛନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking