ଭୁବନେଶ୍ୱର : ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ଅଭିଯୁକ୍ତ ସ୍ୱାମୀ ଶ୍ରୀଧରଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ଖୋଳତାଡ କରିବ ବୋଲି ସୂଚନା ମିଳିଛି । ସେପଟେ ମଧୁମିତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଛାଡପତ୍ର ହୋଇଥିଲା ବୋଲି ମଧୁମିତା ଓ ତାଙ୍କ ପରିବାର ପୂର୍ବରୁ ଜାଣିଥିବା କହିଛନ୍ତି ଶ୍ରୀଧର ।