21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକେରଳ ଭୂସ୍ଖଳନ ଘଟଣା : ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି

କେରଳ ଭୂସ୍ଖଳନ ଘଟଣା : ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି

ନୂଆଦିଲ୍ଲୀ : କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ଲଗାତର ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକକୁ ବୃଦ୍ଧି ପାଇଛି। କେବଳ ଚେଲିୟାର ନଦୀରୁ ଏପର୍ୟ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେବି ୨୨୫ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି।

ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। ଗତରାତିରେ ୨୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ୍‌ ଅସ୍ଥାୟୀ ଭାବେ ବନ୍ଦ ରହିବା ପରେ ଆଜି ସକାଳୁ ପୁଣି ଏହା ଆରମ୍ଭ ହୋଇଛି। ଏଯାବତ ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି।୧୬୭ ମର ଶରୀରର ବ୍ୟବଚ୍ଛେଦ ‌ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି।

ଗତକାଲି ଚେଲିୟାର ନଦୀରୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ୮୩ଟି ଶବ ମିଳିଛି। ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ୟ୍ୟୟ ପାଇଁ ୪୫ଟି ରିଲିଫ୍‌ ଶିବିର ଖୋଲାଯାଇଛି। ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking