15.1 C
Bhubaneswar
Monday, December 15, 2025
Homeଓଡିଶାଗାଁ ଖଣିର ଡାକ୍ତରଖାନାରୁ ମିଳିଲାନି ସେବା ; ଚିକିତ୍ସା ଅଭାବରୁ ଖଣି କର୍ମଚାରୀଙ୍କ ମୃତ୍ୟୁ

ଗାଁ ଖଣିର ଡାକ୍ତରଖାନାରୁ ମିଳିଲାନି ସେବା ; ଚିକିତ୍ସା ଅଭାବରୁ ଖଣି କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ଖଣି ଅଞ୍ଚଳର ଚର୍ତୁପାର୍ଶ୍ଵ ଗ୍ରାମର ବିକାସ ରାସ୍ତା ଘାଟ ଶିକ୍ଷା ସ୍ୱlସ୍ଥ ଓ କର୍ମ ନିଯୁକ୍ତି ଯୋଗାଇ ଦେବା ପାଇଁ ସରକାରୀ ନିୟମ ରାହିଛି l କିନ୍ତୁ ଖଣି ମାଲିକ ମାନେ ଦୃଷ୍ଟି ନ ଦେଇ ଖଣି ରୁ କୋଟି କୋଟି ଟଙ୍କା ଲାଭ କରି ସଂପୃକ୍ତ ଅଳର ବାସିନ୍ଦା ମାନଂକୁ ସୁବିଧା ସୁଯୋଗ ଯୋଗାଇ ନ ଦେଇ ପୋଲିସ୍ ଭୟ ଦେଖାଇ ମୁଁହ ବନ୍ଦ କରି ଦେଉଛନ୍ତି l ଏପରି ଏକ ଅଭାବ ନିୟ ଘଟଣା ଘଟିଛି କାଳିଆପାଣି ଗାଁ ରେ l କାଳିଆପାଣି ଦେହୁରୀସାହି ବାସିନ୍ଦା ରଙ୍ଗାଧର ମହାରଣା(୫୭)ଙ୍କୁ ତାଙ୍କ ଘର ସମ୍ମୁଖରେ ଥିବା ଇମ୍ଫା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା କିମ୍ବା ଆମ୍ବୁଲାନ୍ସ ସେବା ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ ବିକାଶ କୁମାର ପାତ୍ର ଓ ସମାଜସେବୀ ଆଶିଷ କୁମାର ଜେନା ଅଭିଯୋଗ କରନ୍ତି। ପ୍ରସଙ୍ଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଗ୍ରାମବାସୀ ଓ ସଂପୃକ୍ତ ପରିବାର ଅଭିଯୋଗ କରନ୍ତି ଯେ, ଆଜି ଭୋରୁ ରଙ୍ଗାଧରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେ ଏହାକୁ ଗ୍ୟାଷ୍ଟ୍ରିକ୍‌ ଭାବି ଥଣ୍ଡା ପାନୀୟରେ ଇନୋ ମିଶାଇ ପିଇ ଦେଇଥିଲେ। ଏହାପରେ ଥଣ୍ଡା ଓ ଜ୍ବରରେ ଆକ୍ରାନ୍ତ ଥିବା ଝିଅ ଅନୁପମା(୨୨)ଙ୍କୁ ୬ଟା ପୂର୍ବରୁ ବସ୍‌ ଯୋଗେ କଟକ ପଠାଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି ସମୟରେ ତାଙ୍କ ଘର ସମ୍ମୁଖ ଇମ୍ଫା ଡାକ୍ତରଖାନା ଫାଟକ ବନ୍ଦ୍ ଥିଲା। ଆମ୍ବୁଲାନ୍ସ ପାଇଁ ଅନୁରୋଧ କରାଯାଇଥିଲେ ହେଁ ୨ ଘଣ୍ଟା ପର୍ଯ୍ୟନ୍ତ ଏହା ଉପଲବ୍‌ଧ ହୋଇନଥିଲା। ଏହାପରେ ସମାଜସେବୀ ଶ୍ରୀ ଜେନା ଓଏମ୍‌ସି ଆମ୍ବୁଲାନ୍ସରେ ରଙ୍ଗାଧର ଓ ତାଙ୍କ ଦ୍ବିତୀୟ ପତ୍ନୀ ରେବନଙ୍କୁ ଓଏମ୍‌ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ଆକ୍ରାନ୍ତ ଜଣେ ରୋଗୀକୁ ଗାଁ ଡାକ୍ତରଖାନାରେ ଆଶୁ ଚିକିତ୍ସା ଦୂରେ ଥାଉ ସାମାନ୍ୟ ଆମ୍ବୁଲାନ୍ସ ସେବା ନମିଳିବା ପ୍ରତିବାଦରେ ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ଗାଁରେ ବ୍ୟବସାୟ କରି ଅଭିବୃଦ୍ଧିର ଶିଖର ଛୁଇଁଥିବା ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଥାନା ଅଧିକାରୀ ଉଦବେଗ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୧୧/୨୪ ରୁଜୁହୋଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ନିୟୋଜିତ ଡେକୋ କମ୍ପାନିରେ ଚାକିରି କରୁଥିବା ମୃତକ ସ୍ବର୍ଗତ ମହାରଣା ଗତମାସ ଛଟେଇ ହୋଇଥିଲେ। ତାଙ୍କର ୨ ପତ୍ନୀ, ୩ ଝିଅ ଓ ୨ ପୁଅ ଅଛନ୍ତି। ଅନ୍ୟପକ୍ଷରେ ପ୍ରସଙ୍ଗକୁ ନେଇ ଇମ୍ଫା ଲୋକ ସଂପର୍କ ଅଧିକାରୀ ପ୍ରଭାତ କୁମାର ସିଂହ ଦୁଃଖ ପ୍ରକାଶ କରିଥିଲେ। ତେବେ ମୃତକଙ୍କ ଭଣଜା ତଥା ଇମ୍ଫା କର୍ମଚାରୀ ଦୀପକ କୁମାର ମହାରଣା ମାମୁଙ୍କ ମୃତ୍ୟୁ ‌ହୋଇଥିବା ଜଣାଇବାରେ ଆମେ ଆଉ ଆମ୍ବୁଲାନ୍ସ ପଠାଇ ନଥିଲୁ ବୋଲି ସଫେଇ ଦେଇ ଥିଲେl ଇମ୍ଫା ଖଣି କତୃପକ୍ଷ ଙ୍କ ମାନବିକତା ଉପରେ ପ୍ରଶ୍ନ ବlଚି ସୃଷ୍ଟି କରିଛି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking