28.1 C
Bhubaneswar
Thursday, September 19, 2024
Homeଓଡିଶାବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା

ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା

ଭୁବନେଶ୍ୱର: ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହାନ୍ତ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା । ମୟୁରଭଞ୍ଜ କୁଡୁମୀ ସମ୍ପ୍ରଦାୟକର ଟାଣୁଆ ନେତ୍ରୀ ଥିଲେ । ସେପଟେ ମମତାଙ୍କ ପରବର୍ତ୍ତି ପଦକ୍ଷେପ କ’ଣ ରହିବ ତାକୁ ନେଇ ଉତ୍କଣ୍ଠା ବଢୁଛି । ସେ ନିଜେ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ଏନେଇ ସୂଚନା ଦେଇଛନ୍ତି…

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking