19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଅଘଟଣ: ୧୦ ଲକ୍ଷ ଟଙ୍କାର ଆର୍ଥିକସହାୟତା, ୨୪ ଘଣ୍ଟା ମଧ୍ୟରେ...

ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଅଘଟଣ: ୧୦ ଲକ୍ଷ ଟଙ୍କାର ଆର୍ଥିକସହାୟତା, ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଆଇଏଏସ୍ କୋଚିଂ ସେଣ୍ଟରରେ ଘଟିଥିବା ଅଘଟଣକୁ ନେଇ ଏବେ ସମଗ୍ର ଦିଲ୍ଲୀରେ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି । ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଜାରି ରହିଛି । ଏପଟେ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳୁଛି । ପୁଲିସ୍ ପ୍ରଶାସନ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଏସବୁ ମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ ମୃତ ଆଇଏଏସ୍ ଆଶାୟୀଙ୍କ ପରିବାର ତଥା ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ, ଏହି ଘଟଣା ସାମ୍ନାକୁ ଆସିବା ପରେ ଉପରାଜ୍ୟପାଳ ଶ୍ରୀ ସକ୍‌ସେନା, ଏଥିରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏପ୍ରକାର ଘଟଣାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏଥିସହ ଦିଲ୍ଲୀ ଅଗ୍ନିଶମ ବିଭାଗ, ପୋଲିସ ଏବଂ ଏମ୍‌ସିଡିର ଦାୟିତ୍ୱବାନ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ଘଟଣାରେ ସୋମବାର ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବରୁ କୋଚିଂ ସେଣ୍ଟରର ମାଲିକ ଏବଂ ସଂଯୋଜକଙ୍କୁ ପୁଲିସ୍ ଗିରଫ କରିସାରିଥିବା ବେଳେ ଆଜି ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଫଳରେ ଏହି ମାମଲାରେ ସମୁଦାୟ ଗିରଫଦାରି ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି । ସେହିପରି ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପ୍ୟାନେଲ ଗଠନ କରାଯାଇଥିବା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି । ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ତତ୍ପର ହୋଇଉଠିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗତକାଲି ବିଳମ୍ବିତ ରାତି ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ବେଆଇନ୍ ଭାବେ ବେସ୍‌ମେଣ୍ଟ ତଳେ ଚାଲିଥିବା ପ୍ରାୟ ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରାଯାଇଥିବା ଜଣାପଡିଛି । ସେହିପରି କେତେକ ସ୍ଥାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଳରେ କୋଚିଂ ସେଣ୍ଟର ଆଖପାଖରେ ନିର୍ମାଣ ହୋଇଥିବା ଘରଦ୍ୱାର ତଥା ପାଚେରୀସବୁକୁ ଭଙ୍ଗାଯିବା ପାଇଁ ଘଟଣାସ୍ଥଳରେ ୫ଟି ବୁଲଡୋଜର ପହଞ୍ଚିଛି । ଏମ୍‌ଡିସି ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ପ୍ରକାଶ, ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏଏସ୍ କୋଚିଂ ଇନଷ୍ଟିଚ୍ୟୁଟ୍‌ର ବେସମେଣ୍ଟରେ ପାଣି ଭର୍ତ୍ତି ହେବାରୁ ୨ ଯୁବତୀ ଓ ଜଣେ ଯୁବକଙ୍କୁ ମିଶାଇ ମୋଟ୍ ୩ ଆଶାୟୀଙ୍କର ଶନିବାର (ଜୁଲାଇ ୨୭) ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ତେଲଙ୍ଗାନାର ତାନିଆ ସୋନି, ଉତ୍ତରପ୍ରଦେଶର ଶ୍ରେୟା ଯାଦବ ଏବଂ କେରଳର ନବୀନ ଡାଲୱିନ । ବାସ୍ତବରେ ବେଆଇନ୍ ଭାବେ ବିଲ୍ଡିଂର ବେସ୍‌ମେଣ୍ଟରେ ଲାଇବ୍ରେରୀ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟ ରାସ୍ତାରୁ କୋଚିଂ ସେଣ୍ଟରଟି ପ୍ରାୟ ୮ ଫୁଟ ତଳେ ଅବସ୍ଥିତ ଥିଲା । ଏହା ନିୟମ ବିରୋଧୀ ହୋଇଥିଲେ ମଧ୍ୟ ଆଶାୟୀମାନେ ଏଠାରେ ବାଧ୍ୟହୋଇ ପଢ଼ାପଢ଼ି କରିଥାନ୍ତି । ତେବେ ଗତ ଶନିବାର ହଠାତ୍ ବେସ୍‌ମେଣ୍ଟ ମଧ୍ୟକୁ ବନ୍ୟାପାଣି ଚାଲିଆସିଥିଲା । ଫଳରେ ଅନେକ ଛାତ୍ରଛାତ୍ରୀ ଫସି ଯାଇଥିଲେ । ପରେ ଉଦ୍ଧାର ଓ ରିଲିଫ ଅପରେସନ ବେଳେ ୨ ଯୁବତୀ ଓ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏମାନେ ଏହି ଇନ୍‌ଷ୍ଟିଚ୍ୟୁଟ୍ ଅଧୀନରେ ଆଇଏଏସ୍ ପାଇଁ ପ୍ରସ୍ତୁତି କରୁଥିଲେ । ବୁଲଡୋଜର । ଏଥିପାଇଁ ପୁଲିସ ମଧ୍ୟ ଅନୁମତି ଦେଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking