23.1 C
Bhubaneswar
Monday, December 30, 2024
Homeଦେଶ ବିଦେଶପାକିସ୍ତାନରେ ପୁଣି ରାଜନୈତିକ ଅସ୍ଥିରତା; ଇମ୍ରାନ୍‌ଙ୍କ ସହ ଆଲୋଚନା ପାଇଁ ବିଲାୱଲ ଆଗ୍ରହୀ

ପାକିସ୍ତାନରେ ପୁଣି ରାଜନୈତିକ ଅସ୍ଥିରତା; ଇମ୍ରାନ୍‌ଙ୍କ ସହ ଆଲୋଚନା ପାଇଁ ବିଲାୱଲ ଆଗ୍ରହୀ

ଲାହୋର: ପାକିସ୍ତାନରେ ଏବେ ପୁଣିଥରେ ରାଜନୈତିକ ଚିତ୍ର ପରିବର୍ତ୍ତନ ଭଳି ଆଶଙ୍କା ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ଶେହବାଜ୍ ଶରିଫ୍‌ଙ୍କ ଦଳକୁ ସମର୍ଥନ ଦେଇ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବିଲାୱଲ ଭୁଟ୍ଟୋ ଏବେ କିଛି ବଡ଼ ଆଶାରେ ଅଛନ୍ତି । ସୁତରାଂ ସେ ନିଜ ଆଡୁ ପାକିସ୍ତାନ ଜେଲ୍‌ରେ କଏଦୀ ଜୀବନ କାଟୁଥିବା ଇମ୍ରାନ୍ ଖାନ୍‌ଙ୍କ ସହ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଦାବି କରିଛି ଯେ, ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ୍ ଖାନ୍ ଯଦି ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତି, ତେବେ ପାକିସ୍ତାନରେ ପିପିପି ଏବଂ ପିଟିଆଇର ମିଳିତ ମେଣ୍ଟ ସରକାର ଗଠନ ସମ୍ପର୍କରେ ଆଲୋଚନା ହୋଇପାରେ ।

ପାକିସ୍ତାନ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ସାଂସଦମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ । କିନ୍ତୁ ଦଳ ନଥିବାରୁ ସେମାନଙ୍କୁ ସରକାର ଗଠନ ପାଇଁ ଅନୁମତି ଦିଆଯାଇନଥିଲା । ଫଳରେ ଶେହବାଜ୍ ଶରିଫ୍ ଏବଂ ବିଲାୱଲ୍‌ଙ୍କ ଦଳ ମିଳିତ ଭାବେ ପାକିସ୍ତାନରେ ସରକାର ଗଠନ କରିଛନ୍ତି । କିନ୍ତୁ ଏବେ ବିଲାୱଲ୍ ପିଟିଆଇର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନିଜ ଦଳରେ ସାମିଲ କରିବା ପୂର୍ବକ କିଛି ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ପାକିସ୍ତାନ ସମ୍ପ୍ରତି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ରାଜନୈତିକ ଅସ୍ଥିରତା ଜନିତ ସ୍ଥିତି ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking