ପ୍ୟାରିସ୍: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ ରାସ୍ତାକଡ଼ରେ ଶୋଇଥିଲେ । ଅଲିମ୍ପିକ୍ସ ଗେମ୍ସର ଉଦ୍ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଘଉଡ଼ାଇଦେଇଛି । ତଡ଼ା ଖାଇଥିବା ଶରଣାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ । ଫ୍ରାନ୍ସର ଇମାନ୍ୱେଲ ମାକ୍ରଁ ସରକାର ସେମାନଙ୍କୁ ବସ୍ ଭଡ଼ା ଦେଇ ଅନ୍ୟତ୍ର ପଠାଇଦେଇଛନ୍ତି ।
ଖେଳ ଶେଷ ହେବା ପର୍ଯ୍ୟନ୍ତ ସେଠାକୁ ନ ଆସିବା ପାଇଁ ବାରଣ କରାଯାଇଛି । ବାସହରା ହୋଇ ପ୍ୟାରିସ୍ ରାସ୍ତାକଡ଼ରେ ଜୀବନ ବିତାଉଥିବା ୪୭ ବର୍ଷୀୟା ନିକ୍କି କହିଛନ୍ତି, କୁଆଡ଼େ ଯିବି ଜାଣିନାହିଁ । ସମ୍ଭବତଃ ଏଠାକୁ ଆଉ ଫେରିବାର ନାହିଁ । କାରଣ ପୋଲିସ ଫେରିବାକୁ ଦେବନାହିଁ । ଆକ୍ଟିଭିଷ୍ଟ ଗ୍ରୁପ୍ ‘ୟୁଟୋପିଆ ୫୬’ର ନାଥନ୍ ଲେକ୍ୟୁ କହିଛନ୍ତି, ଏହି ଗ୍ଲୋବାଲ ଇଭେଣ୍ଟରେ ଯୋଗଦେବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ସେମାନେ ପ୍ୟାରିସ୍କୁ ସଫା କରୁଛନ୍ତି । ତେବେ ବାସହୀନ ଶରଣାର୍ଥୀମାନଙ୍କ ପ୍ରତି ସେମାନଙ୍କ ଦୁର୍ବ୍ୟବହାର ଅତ୍ୟନ୍ତ ଯନ୍ତ୍ରଣାଦାୟକ ।









