37.1 C
Bhubaneswar
Friday, May 15, 2026
Homeଓଡିଶାପଶ୍ଚିମବଙ୍ଗରୁ ଆସିଲା ଆଳୁ ,୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ

ପଶ୍ଚିମବଙ୍ଗରୁ ଆସିଲା ଆଳୁ ,୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର : ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଆଳୁ ଦର ବଢ଼ିଥିଲା। ଏବେ ପଶ୍ଚିମବଙ୍ଗରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି। ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି ଆଳୁ ଦର ୩୨ରୁ ୩୪ ଟଙ୍କା ହେଲାଣି। ତେବେ ମନ୍ତ୍ରୀ ୩୨ରୁ ୩୪ କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ଦର ଉଚ୍ଚା ରହିଛି। କଟକ, ଭୁବନେଶ୍ବରରେ ଆଜି ଆଳୁ କେଜି ୫୦ ଟଙ୍କା ଥିବା ସୂଚନା ରହିଛି।ଶୁକ୍ରବାର ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଗାଡ଼ି ଫେରିଯାଇଥିଲା। ଯାହାକୁ ନେଇ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking