29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଏଠାରେ ସାପ ଧରିଲେ ମନସ୍କାମନା ପୁରଣ ହୁଏ

ଏଠାରେ ସାପ ଧରିଲେ ମନସ୍କାମନା ପୁରଣ ହୁଏ

ନୂଆଦିଲ୍ଲୀ :ସବୁ ଜାଗାରେ ସମାନ ପର୍ବପର୍ବାଣୀ ପାଳନ ହୋଇନଥାଏ କାହିଁକି ନ କିଛି ଜାଗାରେ ଭିନ୍ନ ଭିନ ବାସ କରନ୍ତି ଆଉ ସେମାନଙ୍କର ପର୍ବପର୍ବାଣୀ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁବି ଆଜି ଆମେ ଆପଣଙ୍କୁ କହିବୁ ସାପ ଧରିବାର ପ୍ରତିଯୋଗିତା ହୁଏ । ବିହାରର ସମସ୍ତିପୁର ଜିଲ୍ଲାର ସିଙ୍ଘିଆରେ ପ୍ରତିବର୍ଷ ନାଗପଞ୍ଚମୀ ଦିନ ଲାଗିଥାଏ। ଏହି ମେଳାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସି ପହଞ୍ଚିଥାଆନ୍ତି। ଗତ ୩୦୦ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି ବୋଲି ଗ୍ରାମବାସୀ କହିଛନ୍ତି।ନାଗପଞ୍ଚମୀ ଦିନ ସିଙ୍ଘିଆଠାରେ ଥିବା ବୁଢ଼ୀ ଗଣ୍ଡକ ନଦୀ‌ରେ ଲୋକମାନେ ପଶି ବିଭିନ୍ନ ପ୍ରକାର ସାପ ଧରିଥାଆନ୍ତି। ଏହି ସାପ ମଧ୍ୟରେ ବିଷାକ୍ତ ସାପ ବି ରହିଥାଆନ୍ତି। ଲୋ‌କେ ନଦୀ ଭିତରେ ପଶି ପାଟି ଓ ହାତରେ ସାପକୁ ଧରି ବାହାରି ଥାଆନ୍ତି। ଏହାପରେ ଉକ୍ତ ସାପକୁ ଧରି ସିଙ୍ଘିଆ ବଜାରସ୍ଥିତ ମା’ ଭଗବତୀ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥାଆନ୍ତି। ତା’ପରେ ବାଜାବାଣ ଫୁଟାଇ ପୁଣି ନଦୀରେ ପଶି ସାପ ଧରିଥାଆନ୍ତି। ତେବେ କିଏ କେତେ ସାପ ଧରିଲା ତାହାକୁ ନେଇ ଏଠାରେ ଏକ ପ୍ରତିଯୋଗିତା ଲାଗିଥାଏନାଗପଞ୍ଚମୀ ଦିନ ସିଙ୍ଘିଆଠାରେ ଥିବା ବୁଢ଼ୀ ଗଣ୍ଡକ ନଦୀ‌ରେ ଲୋକମାନେ ପଶି ବିଭିନ୍ନ ପ୍ରକାର ସାପ ଧରିଥାଆନ୍ତି। ଏହି ସାପ ମଧ୍ୟରେ ବିଷାକ୍ତ ସାପ ବି ରହିଥାଆନ୍ତି। ଲୋ‌କେ ନଦୀ ଭିତରେ ପଶି ପାଟି ଓ ହାତରେ ସାପକୁ ଧରି ବାହାରି ଥାଆନ୍ତି। ଏହାପରେ ଉକ୍ତ ସାପକୁ ଧରି ସିଙ୍ଘିଆ ବଜାରସ୍ଥିତ ମା’ ଭଗବତୀ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥାଆନ୍ତି। ତା’ପରେ ବାଜାବାଣ ଫୁଟାଇ ପୁଣି ନଦୀରେ ପଶି ସାପ ଧରିଥାଆନ୍ତି। ତେବେ କିଏ କେତେ ସାପ ଧରିଲା ତାହାକୁ ନେଇ ଏଠାରେ ଏକ ପ୍ରତିଯୋଗିତା ଲାଗିଥାଏ। ସାପ ଧରୁଥିବା ଲୋକଙ୍କ କହିବାନୁସ‌ାରେ, ପାଣି ଭିତରୁ ଧରୁଥିବା ସାପକୁ ନେଇ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥାଉ। ମନସ୍କାମନା ପୁରଣ ହେଲେ ପୁଣି ସାପକୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଥାଏ। ଏସବୁ ଭଗବାନଙ୍କ ଆଶୀର୍ବାଦ ପାଇଁ ହୋଇ ପାରୁଛି। କାରଣ ଲୋକେ ଏତେଏତେ ବିଷାକ୍ତ ସାପ ଧରୁଥିବା ବେଳେ ଆଜି ପର୍ଯ୍ୟନ୍ତ ସାପମାନେ କାହାକୁ ବି ଆଘାତ ପହଞ୍ଚାଇ ନାହାନ୍ତି।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking