14.1 C
Bhubaneswar
Sunday, December 7, 2025
Homeଓଡିଶାବଜେଟରେ ଭତ୍ତାର ପରିମାଣ ବୃଦ୍ଧି

ବଜେଟରେ ଭତ୍ତାର ପରିମାଣ ବୃଦ୍ଧି

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର । ବଜେଟରେ ଭତ୍ତାର ପରିମାଣ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଥମ ପର୍ଯ୍ୟାୟ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking