32.1 C
Bhubaneswar
Friday, October 18, 2024
Homeଅପରାଧସାମ୍ବାଦିକା ଆତ୍ମହତ୍ୟା ମାମଲା: ସ୍ୱାମୀ ଗିରଫ

ସାମ୍ବାଦିକା ଆତ୍ମହତ୍ୟା ମାମଲା: ସ୍ୱାମୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତକାଲି ଜଣେ ସାମ୍ବାଦିକାଙ୍କ ମୃତ୍ୟୁ ମାମଲାରେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଗତକାଲି ଏକ ୱେବ ଚ୍ୟାନେଲରେ କାମ କରୁଥିବା ଜଣେ ସାମ୍ବାଦିକାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ ବାପୁଜୀନଗର ନିକଟସ୍ଥ ରେଳଧାରଣାରୁ ଉଦ୍ଧାର କରିଥିଲା । ତେବେ ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ଗତକାଲିର ଘଟଣା ପରେ ଧଉଳି ଥାନା ପୁଲିସ ଶ୍ରୀ ଜେନାଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଆଜି ତାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଜୀବନ ହାରିବା ପୂର୍ବରୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡିଓ ଛାଡିଥିଲେ ସାମ୍ବାଦିକା ମଧୁମିତା ପରିଡା । ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ମଧୁମିତା ପରିଡା ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ୟାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି । ଆତ୍ମହତ୍ୟା ପୂର୍ବରୁ ସେ ନିଜ ମା’ ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧଚମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking