ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ରମ୍ପଙ୍କ ପ୍ରସଂଶା । ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ୱାଶିଙ୍ଗଟନ୍ ଏବଂ ନୂଆଦିଲ୍ଲୀ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବେ । ଓଭାଲ୍ ଅଫିସ୍ରେ ସାମ୍ବାଦିକମାନଙ୍କ ସହିତ କଥା ହେବା ସମୟରେ ଟ୍ରମ୍ପ୍ କହିଛନ୍ତି, ବର୍ଷ ବର୍ଷ ଧରି ଭାରତ ଆମେରିକାଠୁ ଲାଭ ଉଠାଇଥିଲା । ସେମାନେ ଆମ ଉପରେ ଅଧିକ ଟ୍ୟାରିଫ୍ ଲଗାଉଥିଲେ ଏବଂ କିଛି ଦେଉ ନଥିଲେ । ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ହୋଇଛି ଏବଂ ଆମେ ଭାରତ ସହିତ ବହୁତ ଟଙ୍କା ରୋଜଗାର କରୁଛୁ କିନ୍ତୁ ଆମେ ଏକ ଚୁକ୍ତିରେ ପହଞ୍ଚିବୁ ବୋଲି ଟ୍ରମ୍ପ କ ହିଛନ୍ତି। ଟ୍ରମ୍ପ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପସନ୍ଦ କରନ୍ତି ।ସେ ମୋର ଏକ ଭଲ ବନ୍ଧୁ ଏବଂ ଆମେ ଭଲ ଭାବେ ମେଳ ଖାଉ । ଆମର ଏକ ଭଲ ସମ୍ପର୍କ ଅଛି । ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜବୁତ୍ କରିବା ଏବଂ ଦୀର୍ଘଦିନର ବାଣିଜ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚାଲିଥିବା ପ୍ରୟାସ ଭିତରେ ଏଭଳି ବୟାନ ଦେଇଛନ୍ତି ଟ୍ରମ୍ପ ।










