38.4 C
Bhubaneswar
Friday, June 26, 2026
Homeଓଡିଶାରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେବାଶିଷ ସାମନ୍ତରାୟ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେବାଶିଷ । ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ଦେବାଶିଷ ସାମନ୍ତରାୟ । ୧୧ଟାରେ ପଟୁଆରରେ ବାହାରି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ । ନାମାଙ୍କନ ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ଅଛନ୍ତି ଏକାଧିକ ବିଧାୟକ । ରାଜ୍ୟ ସଭାପତିଙ୍କ ସହ ବୈଠକ ପରେ ନାମାଙ୍କନ ପାଇଁ ବାହାରିବେ । ସୂଚନାଥାଉକି, ଗତକାଲି ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜେପି ଦେବାଶିଷଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପୂର୍ବରୁ ଦେବାଶିଷ ପ୍ରଥମେ ବିଜେଡି ଓ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଥିଲେ ।ଶ୍ରୀ ସାମନ୍ତରାୟ ଇସ୍ତଫା ଦେବା ପରେ ତାଙ୍କ   ଆସନ ଖାଲି ରହିଛି । ରାଜ୍ୟସଭା ଉପ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ଜୁନ ୧୮ରେ ରାଜ୍ୟସଭା ନିର୍ବାଚନ ଲାଗି ମତଦାନ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ ୮ ରହିଛି ।୧୦ ରାଜ୍ୟର ୨୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking