22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଐଶ୍ୱର୍ଯ୍ୟାଙ୍କୁ କଣ ଉପହାର ଦେଲେ ଅଭିଷେକ , ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା

ଐଶ୍ୱର୍ଯ୍ୟାଙ୍କୁ କଣ ଉପହାର ଦେଲେ ଅଭିଷେକ , ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଶୁଣିବାକୁ ମିଳୁଛି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ଏକଥା କେବଳ ଏତିକି ବେଳେ ଚର୍ଚ୍ଚା ହେଲା ଯେତେବେଳେ ଅନନ୍ତ ଅମ୍ବାନୀଙ୍କ ବିବାହରେ ବଚ୍ଚନ ପରିବାରଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଏବେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ , ଅଭିଷେକ ବଚ୍ଚନ ଏକ ନୂଆ କାର କିଣିଛନ୍ତି। ଗତକାଲି ରାତିରେ ଅଭିଷେକ ତାଙ୍କ ଭଣଜା ଅଗସ୍ତ୍ୟ ନନ୍ଦା ଏବଂ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କୁ ତାଙ୍କ କାରରେ ନେଇ ରାତ୍ରୀ ଭୋଜନରେ ନେଇଥିଲେ। ସେଲିବ୍ରିଟି ଫଟୋଗ୍ରାଫର ଯୋଗେନ ଶାହା ତାଙ୍କ ଇନଷ୍ଟାଗ୍ରାମରେ ଅଭିଷେକଙ୍କ ନୂଆ କାର ବିଷୟରେ ଏକ ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ନୂଆ କାର୍‌ ଗିଫ୍ଟ କରିବା ସହ ପ୍ରିୟ ନମ୍ବର ପ୍ଲେଟ ରଖି ଆଶ୍ଚର୍ଯ୍ୟ କରିଛନ୍ତି। ଅଭିଷେକ ବଚ୍ଚନଙ୍କ ନୂଆ କାର କଳା ରଙ୍ଗର । ଏହି ନମ୍ବର ପ୍ଲେଟର ଶେଷ ଚାରି ସଂଖ୍ୟା ହେଉଛି ୫୦୫୦ ଯାହା ଐଶ୍ୱର୍ଯ୍ୟାଙ୍କର ପ୍ରିୟ ସଂଖ୍ୟା । ପ୍ରିୟ ସଂଖ୍ୟା କାରଣ, ଯେତେବେଳେ ଐଶ୍ୱର୍ଯ୍ୟା ରାୟ ଗର୍ଭବତୀ ଥିଲେ ତାଙ୍କୁ ୫୦୫୦ ନମ୍ବର ପ୍ଲେଟ ଥିବା କାରରେ ଡାକ୍ତରଖାନା ନିଆଯାଇଥିଲା। ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେବା ପରେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ସମାନ ନମ୍ବର ପ୍ଲେଟ ସହିତ ଘରକୁ ଅଣାଯାଇଥିଲା।ତେବେ ଏହି ଖବର ଉପରେ ବଚ୍ଚନ ପରିବାରରୁ ଏପର୍ଯ୍ୟନ୍ତ କେଣସି ବିବୃତ୍ତି ଆସିନାହିଁ। ଅଭିଷେକ ପ୍ରକୃତରେ ଐଶ୍ୱର୍ଯ୍ୟାଙ୍କ ପ୍ରିୟ ନମ୍ବର ନେଇଛନ୍ତି କି ନାହିଁ ଏ ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking