31.1 C
Bhubaneswar
Tuesday, March 31, 2026
Homeଓଡିଶାଭୁବନେଶ୍ୱରରେ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ଭୁବନେଶ୍ୱରରେ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ଭୁବନେଶ୍ୱର : ଟମାଟୋ ସସ୍ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏଥିରେ ମିଶୁଛି ୟୁରିଆ ସାର। ତେବେ କେବଳ ଏତିକି ନୁହେଁ ରଙ୍ଗ ଆଣିବା ପାଇଁ ଆର୍ଟିଫିସିଆଲ କଲର ମଧ୍ୟ ଏଥିରେ ଦିଆଯାଉଛି। ଟମାଟୋ ସସ୍ ସହ ଚିଲ୍ଲି ଓ ସୋୟା ସସ୍ ରେ ବି ରଙ୍ଗ ମିଶାଯାଉଛି। ଟମାଟୋ ସସ୍ ପାଇଁ ନାଲି ରଙ୍ଗ, ଚିଲି ସସ୍ ପାଇଁ ହାଲ୍କା ସବୁଜ ଓ ସୋୟା ସସରେ ଫିକା କଳା ରଙ୍ଗ ମିଶାଇ ବୋତଲରେ ପୂରାଇ ବିକ୍ରି କରାଯାଉଛି। ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଥିବା ଏକ ସସ୍ ଫ୍ୟାକ୍ଟ୍ରିି ବିରୋଧରେ ଆସିଛି ଏପରିଏକ ସାଙ୍ଘାତିକ ଅଭିଯୋଗ।ଭୁବନେଶ୍ୱରରେ ଏକାଧିକ ଫାଷ୍ଟଫୁଡ୍ ଦୋକାନରେ ନକଲି ସସ୍ ବ୍ୟବହାର ହେଉଥିଲା। ଏ ନେଇ ଅଭିଯୋଗ ଆସିବା ପରେ ତତ୍ପର ହୋଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୁଲିସ୍ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଭୀମଟାଙ୍ଗି ଅଞ୍ଚଳରେ ଚାଲିଥିବା ଏକ ସସ୍ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବଡ଼ ବଡ଼ ଟପ୍ରେ ଭର୍ତ୍ତି ସସ୍ ଦେଖିବାକୁ ମିଳିଥିଲା। ନା ମିଶିଛି ଟାମାଟୋ ନା ମିଶିଛି ଲଙ୍କା ବା ସୋୟା। ସସ୍ ଭଳି ଦେଖାଯାଉଥିବା ଖାଲି ରାସାୟନିକ ରଙ୍ଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking