23.1 C
Bhubaneswar
Sunday, February 15, 2026
Homeଓଡିଶାଡାଇରିଆ ଆକ୍ରାନ୍ତରେ ୨୫ ଆକ୍ରାନ୍ତ, ୮ ଜଣଙ୍କ ଅବସ୍ଥା ଗୁରୁତର

ଡାଇରିଆ ଆକ୍ରାନ୍ତରେ ୨୫ ଆକ୍ରାନ୍ତ, ୮ ଜଣଙ୍କ ଅବସ୍ଥା ଗୁରୁତର

ଉଦଳା : ଉଦଳା କପ୍ତିପଦା ବ୍ଲକ ବଡ଼ଖଲାଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ବ୍ୟାପିବାରେ ଲାଗିଛି ଡାଇରିଆ । ପାଖାପାଖି ୨୫ ଜଣ ଡ଼ାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଶ୍ରମ ବିଦ୍ୟାଳୟ ଓ ହଷ୍ଟେଲରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।କପ୍ତିପଦା ଡାକ୍ତରଖାନା ପକ୍ଷରୁ ୩ ଜଣିଆ ଟିମ ହଷ୍ଟେଲରେ ରହୁଥିବା ଅନ୍ତେବାସିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହା ସହିତ ଜଳ ଓ ପରିମଳ ବିଭାଗର ଏକ ଟିମ ମଧ୍ୟ ସେଠାରେ ପହଞ୍ଚି ଡ଼ାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ସମସ୍ତ ପାନୀୟ ଜଳର ବ୍ୟବସ୍ଥାକୁ ଦେଖିବା ସହିତ କେଉଁଠି ଦୂଷିତ ପାନୀୟ ଜଳ ଛାତ୍ରୀମାନେ ପିଉଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛନ୍ତି । ହଷ୍ଟେଲରେ ବ୍ୟବହାର କରାଯାଉଥିବା ପାଣିର ନମୁନା ମଧ୍ୟ ସଂଗ୍ରହ କରିବାକୁ ପରିମଳ ବିଭାଗର ଏକ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ବିଶେଷକରି ଦୂଷିତ ପାଣିରୁ ଏହି ଡ଼ାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଥିବା ବେଳେ ତାହାର ଅନୁଧ୍ୟାନ କରାଯାଉଛି। ତେବେ ଗତକାଲି ସୁଦ୍ଧା ୧୮ ଜଣ ଡ଼ାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫ରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking