21.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣା କଂଗ୍ରେସରେ ବଢ଼ିଲା ବିବାଦ

ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣା କଂଗ୍ରେସରେ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନେତାମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଦଳର ସାଧାରଣ ସମ୍ପାଦକ ତଥା ହରିୟାଣାରୁ ସାଂସଦ ଥିବା କୁମାରୀ ସେଲଜା ତାଙ୍କ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କ ନାମ ନନେଇ ଗୁରୁତର ଅଭିଯୋଗ କରିଛନ୍ତି। ସେଲଜା ପରୋକ୍ଷରେ କହିଛନ୍ତି ଯେ ହରିୟାଣାରେ ଦଳ ଦୁର୍ବଳ ହେଉଛି ଯାହା ସମସ୍ତେ ଦେଖିପାରୁଛନ୍ତି । ଆଉ ଏକଥା ମଧ୍ୟ କୁମାରୀ ସେଲଜା କହିଛନ୍ତି ହରିୟାଣାରେ ପରିସ୍ଥିତି ବଦଳିଥିବା ଜଣାପଡିଛି। ହୁଡା ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି କି ? ଏହି ପ୍ରଶ୍ନ ଉପରେ ସେଲଜା କହିଛନ୍ତି ଯେ ଯାହା ହେଉଛି ତାହା ସମସ୍ତେ ଦେଖିପାରୁଛନ୍ତି । ସେ ଦାୟିତ୍ୱରେ ଅଛନ୍ତି ଏବଂ କାର୍ୟ୍ୟ କରିବାର ନିଜସ୍ୱ ପଦ୍ଧତି ଅଛି । ସେ ଗଣମାଧ୍ୟମ ସାମ୍ନାରେ ସବୁ କଥା କହିବାକୁ ଚାହାଁନ୍ତି ନାହିଁ କିନ୍ତୁ ଯାହା ସବୁ ଘଟୁଛି ସମସ୍ତେ ଦେଖୁଛନ୍ତି । ବାସ୍ତବରେ ହରିୟାଣା ପ୍ରଦେଶ କଂଗ୍ରେସ ଦୀପେନ୍ଦ୍ର ସିଂ ହୁଡାଙ୍କ ପାଇଁ ଏକ ପଦଯାତ୍ରା ଘୋଷଣା କରିଥିଲା ଯାହା ସେ ମଧ୍ୟ ଆରମ୍ଭ କରିଥିଲେ। ଏହା ଉପରେ ସେଲଜା କହିଥିଲେ ସେ ଜାଣନ୍ତିନି ଯେ କିଏ କଣ କରୁଛି । ଏବଂ ବର୍ତ୍ତମାନ ସେ ଭୁପେନ୍ଦ୍ର ହୁଡାଙ୍କୁ ତାଙ୍କର କାର୍ୟ୍ୟଶୈଳୀ ନେଇ ମତ ପ୍ରକାଶ କରିଛନ୍ତି। କଂଗ୍ରେସ କ’ଣ ପଦକ୍ଷେପ ନେବା ଆବଶ୍ୟକ ? ଏହି ପ୍ରଶ୍ନ ଉପରେ କୁମାରୀ ସେଲଜା କହିଛନ୍ତି ଯେ ଆମେ ସମସ୍ତେ କଂଗ୍ରେସ ଲୋକ। ଆମର କଂଗ୍ରେସ ପ୍ରତି ବିଶ୍ୱାସ ରହିଛି। ଆମେ କଂଗ୍ରେସ ପାଇଁ କାମ କରିବୁ। ଅଭିଯୋଗ କରିବାର କୌଣସି ପ୍ରଶ୍ନ ନାହିଁ । ମୁଁ ସମସ୍ତଙ୍କ ସହିତ କାମ କରେ । କିଛି ଲୋକ ଅଲଗା ଚାଲିବାରେ ବିଶ୍ୱାସ କରନ୍ତି । ଗତ କିଛି ବର୍ଷର ରାଜନୀତିକୁ ଦେଖନ୍ତୁ, ଯଦି କେହି ସହଯୋଗ କରିବାକୁ କିମ୍ବା ଦେବାକୁ ଚାହୁଁ ନାହାଁନ୍ତି ତେବେ ସେମାନେ ହିଁ ଜାଣିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking