19.1 C
Bhubaneswar
Friday, December 19, 2025
Homeଖେଳକୋଚ୍ ଗମ୍ଭୀରଙ୍କ ସହ ତିକ୍ତତା ସମ୍ପର୍କରେ ମୁହଁ ଖୋଲିଲେ କୋହଲି

କୋଚ୍ ଗମ୍ଭୀରଙ୍କ ସହ ତିକ୍ତତା ସମ୍ପର୍କରେ ମୁହଁ ଖୋଲିଲେ କୋହଲି

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ବିରାଟ କୋହଲି, ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ କୋଚ୍ ଭାବେ ନିଯୁକ୍ତ ହୋଇଥିବା ଗୌତମ ଗମ୍ଭୀରଙ୍କ ସହ ତାଙ୍କର ତିକ୍ତତା ଉପରେ ମୁହଁ ଖୋଲିଛନ୍ତି । ଗମ୍ଭୀରଙ୍କ ସହ ତାଙ୍କର ରହିଥିବା ବିବାଦଜନିତ ପ୍ରଭାବ, ଦଳ ଉପରେ ଆଦୌ ପଡ଼ିବନି ବୋଲି କୋହଲି ସ୍ପଷ୍ଟ କରିଛନ୍ତି । ବିସିସିଆଇକୁ ଆଶ୍ୱସ୍ତ କରିବାକୁ ଯାଇ କୋହଲି କହିଛନ୍ତି, ସେ ଏବଂ ଗମ୍ଭୀର ଉଭୟ ଗୋଟିଏ ଲକ୍ଷ୍ୟ ନେଇ କାମ କରିବେ । ଟିମ୍ ଇଣ୍ଡିଆର ଫାଇଦା ପାଇଁ ଉଭୟ କାର୍ଯ୍ୟ କରିଚାଲିବେ । ଏଥିପାଇଁ ବୋର୍ଡ ଆଦୌ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା କୋହଲି ବିସିସିଆଇକୁ କହିଛନ୍ତି । କୋହଲି କହିଛନ୍ତି, ଗମ୍ଭୀର ଏବଂ ତାଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଯାହାକିଛି ତିକ୍ତତା ସେସବୁ କେବଳ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ । ଆଇପିଏଲ୍ ସମୟରେ ଉଭୟ ପୃଥକ୍ ଫ୍ରାଞ୍ଚାଇଜ୍‌କୁ ପ୍ରତିନିଧିତ୍ୱ କରୁଥିବାରୁ କଥା କଟାକଟି ବା ମନୋମାଳିନ୍ୟ ଆଦି ହେବା ସ୍ୱାଭାବିକ୍ । କିନ୍ତୁ ଯେତେବେଳେ ଦେଶ ପାଇଁ ଉଭୟ ପ୍ରତିନିଧିତ୍ୱ କରୁଛନ୍ତି ସେତେବେଳେ ସେମାନେ ଏକଜୁଟ୍ ହୋଇ କାମ କରିବେ ।
ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ସହ ଶେଷ ହୋଇଛି । ଏହାପରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରାଯାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ପ୍ରଥମ ଥର ପାଇଁ କୋଚ୍ ରୂପେ କାମ କରିବାକୁ ଯାଉଥିବା ଗମ୍ଭୀରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଉଭୟ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଖେଳିବ । ତେବେ ଟି-୨୦ରୁ ଅବସର ନେଇସାରିଥିବାରୁ ବିରାଟ୍ କୋହଲି ଏଠାରେ କେବଳ ଦିନିକିଆ ସିରିଜ୍ ହିଁ ଖେଳିବେ । କିନ୍ତୁ ଉଭୟ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ରହିଥିବା ତିକ୍ତତା ସମ୍ପର୍କରେ ବିସିସିଆଇ ମଧ୍ୟ ବେଶ୍ ଭଲଭାବେ ଅବଗତ ରହିଛି । ସୁତରାଂ ବିସିସିଆଇ ପାଇଁ କିଛି ପ୍ରଶ୍ନ ମୁଣ୍ଡ ଟେକିଥିଲା । କ’ଣ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଦେଖାଯାଇଥିବା ତିକ୍ତତାର ପ୍ରଭାବ ଟିମ ଇଣ୍ଡିଆ ଉପରେ ପଡ଼ିବ କି? ବିରାଟ ଗମ୍ଭୀରଙ୍କୁ ଉପଯୁକ୍ତ ସମ୍ମାନ ଦେବେ କି ନାହିଁ? ଦଳ ଉପରେ ଏହି ପୂର୍ବ ତିକ୍ତତାର ପ୍ରଭାବ ପଡ଼ିବ ନାହିଁ ତ? କିନ୍ତୁ ଏବେ କୋହଲି ନିଜେ ସବୁୁକିଛି ସ୍ପଷ୍ଟ କରିଥିବାରୁ ବିସିସିଆଇ ଏବେ ଆଶ୍ୱସ୍ତ ହୋଇଛି ।
ଟିମ୍ ଇଣ୍ଡିଆର ନୂଆ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ଟି-୨୦ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍ ହେବା ପରେ ପରେ ବରିଷ୍ଠ କ୍ରିକେଟର ରାହୁଲ ଦ୍ରାବିଡ୍ ନିଜ ଆଡୁ କୋଚ୍ ପଦରୁ ଅବ୍ୟାହତି ନେଇଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଦ୍ରାବିଡ୍‌ଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ପୂର୍ବକ ତାଙ୍କୁ କୋଚ୍ ପଦରୁ ବିରତି ଦେଇଛି । ଅନ୍ୟପକ୍ଷେ ନୂଆ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ସହ ଚୁକ୍ତି କରିଛି । ତେବେ ଗମ୍ଭୀର ଭାରତୀୟଳ କ୍ରିକେଟ୍ ଦଳର କୋଚ୍ ହେବା ପାଇଁ କିଛି ସର୍ତ୍ତ ରଖିଥିଲେ, ଯାହାକୁ ବିସିସିଆଇ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସିଧାଅର୍ଥରେ କହିଲେ ଭାରତୀୟ କ୍ରିକେଟ୍ ଟିମ୍ ଉପରେ ଏବେ ବିସିିସିଆଇ ଅପେକ୍ଷା ଗମ୍ଭୀରଙ୍କ ପକ୍ଷରୁ ଅଧିକ ପ୍ରଭାବ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking