22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶକର୍ମଚାରୀଙ୍କ ସମ୍ପତ୍ତି ଦେଖି ଆଶ୍ଚର୍ୟ୍ୟ ହୋଇଗଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

କର୍ମଚାରୀଙ୍କ ସମ୍ପତ୍ତି ଦେଖି ଆଶ୍ଚର୍ୟ୍ୟ ହୋଇଗଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ଢାକା: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ ସହାୟକ ଭାବେ କାର୍ୟ୍ୟ କରୁଥିବା ଜଣେ ବ୍ୟକ୍ତି କୋଟିପତି ହୋଇଯାଇଛନ୍ତି । ଆପଣ ଭାବିବେ କୋଟିପତି ତ ହେଲେ ସେଥିରେ କଣ ହେଲା । ବାସ୍ତବରେ ଏହି ସହାୟକଜଣକ ଏବେ ନିଜସ୍ୱ ବିମାନ କିଣିଥିବାବେଳେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ଆଉ ଯେତେବେଳେ ଶେଖ ହସିନା ଏହା ଜାଣିଲେ ସେତେବେଳେ ସେ ନିଜେ ଆଶ୍ଚର୍ୟ୍ୟ ହୋଇଗଲେ ଏବଂ କହିଲେ ଯେଉଁଠାରେ ଜଣେ ସାଧାରଣ ଲୋକକୁ ଏତେ ଟଙ୍କା ରୋଜଗାର କରିବାକୁ ୧୩ ହଜାର ବର୍ଷ ଲାଗିବ ସେ କିପରି ଏତେ ରୋଜଗାର କଲେ । ଏହି ବ୍ୟକ୍ତି ବର୍ତ୍ତମାନ ଆମେରିକାକୁ ପଳାଇଯାଇଥିବାବେଳେ ତାଙ୍କ ସମ୍ପତ୍ତି ପାଖାପାଖି ୨୮୪ କୋଟି ଟଙ୍କା ରହିଛି। ସହାୟକଙ୍କ ବିଷୟରେ ସତ୍ୟ ପଦାକୁ ଆସିବା ପରେ ଶେଖ ହସିନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜାହାଙ୍ଗୀର ଆଲାମ ଏବଂ ସେ ଶେଖ ହସିନାଙ୍କ କାର୍ୟ୍ୟାଳୟରେ କାମ କରୁଥିବାବେଳେ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିଲେ କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ଘରେ ଅତିଥିମାନଙ୍କୁ ଚା, ପାଣି ଏବଂ ସ୍ନାକ୍ସ ଦେଉଥିଲେ । କାମ କରିଦେବା ବାହାନାରେ ସେ ଲୋକଙ୍କଠାରୁ ବହୁତ ଅର୍ଥ ସଂଗ୍ରହ କରୁଥିଲେ।ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜେ ଏହା ଜାଣି ଆଶ୍ଚର୍ୟ୍ୟ ହୋଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ‘ମୋ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଆଜି କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ । ସେ ଏତେ ଟଙ୍କା କେଉଁଠୁ ପାଇଲା ? ଜଣେ ସାଧାରଣ ବାଂଲାଦେଶୀ ଏହି ଧନ ସଂଗ୍ରହ କରିବାକୁ ୧୩ ହଜାର ବର୍ଷ ଲାଗିପାରେ ଜ୍ଝ ସରକାର ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରିବେ। ସରକାରୀ କର୍ମଚାରୀଙ୍କ ସହ ଜଡିତ ଦୁର୍ନୀତି ମାମଲାରେ ଜାହାଙ୍ଗୀର ଆଲାମଙ୍କ ନାମ ଆସିଛି। ଦୁର୍ନୀତିଗ୍ରସ୍ତଙ୍କ ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପୂର୍ବତନ ସେନା ମୁଖ୍ୟ, ପୁଲିସ ଅଧିକାରୀ, ଟିକସ ଅଧିକାରୀଙ୍କ ସମେତ ବହୁ ସରକାରୀ କର୍ମଚାରୀଙ୍କ ନାମ ରହିଛି। ରିପୋର୍ଟ ଅନୁଯାୟୀ, ପୂର୍ବତନ ସେନା ମୁଖ୍ୟ ଅଜିଜ ଅହମ୍ମଦଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ହେତୁ ଦୁର୍ନୀତି ନିବାରଣ ଆୟୋଗ ତାଙ୍କର ଅନେକ ସମ୍ପତ୍ତି ଜବତ କରିଛି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ୍ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking