26.1 C
Bhubaneswar
Sunday, May 3, 2026
Homeଓଡିଶାବନ୍ଦ ହେବନି ଆହାର ଯୋଜନା : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ବନ୍ଦ ହେବନି ଆହାର ଯୋଜନା : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର : ବନ୍ଦ ହେବନି ଆହାର ଯୋଜନା। ତେବେ ବଦଳି ପାରେ ଆହାର କେନ୍ଦ୍ରର ନାଁ । ଆହାର ଯୋଜନା ବନ୍ଦ କରାଯିବନି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ କରିବାକୁ ପହଞ୍ଚିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ବନ୍ଦ କରଯିବନି ଆହାର କେନ୍ଦ୍ର। ତେବେ ଆହାର କେନ୍ଦ୍ର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ। ଆଜି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ସେଠାରେ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଖାଦ୍ୟ ଖାଇଥିଲେ। ତେବେ ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଆଗକୁ ଏହି ଖାଦ୍ୟ ଥାଳିରେ ଅଧିକ କଣ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି କହିଛନ୍ତି ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking