35.1 C
Bhubaneswar
Monday, June 1, 2026
Homeଓଡିଶା୧୮ ଦଫା ଦାବି ନେଇ ତାତିଲେ ବିସ୍ଥାପିତ: ଆଡ଼ି ବନ୍ଧ କାମ ବନ୍ଦ

୧୮ ଦଫା ଦାବି ନେଇ ତାତିଲେ ବିସ୍ଥାପିତ: ଆଡ଼ି ବନ୍ଧ କାମ ବନ୍ଦ

ବଲାଙ୍ଗୀର: ଆଡ଼ି ବନ୍ଧ କାମ ବନ୍ଦ କଲେ ବିସ୍ଥାପିତ । ୧୮ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଏକଜୁଟ ହେଲେ ୫ଟି ବିସ୍ଥାପିତ ଗ୍ରାମବାସୀ । ବଲାଙ୍ଗୀର ବେଲପଡ଼ା ବ୍ଲକ ଜାମଜୁରୀ ଗାଁରେ ହେଉଥିବା ଅପର ଲାନ୍ଥ ପ୍ରକଳ୍ପ ପାଇଁ ପଣ୍ଡକିମାଳ ଓ ଜାମଜୁରୀ ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି । ଆଉ ତିନି ଖଣ୍ଡ ଗ୍ରାମବାସୀ ଆଂଶିକ ଭାବେ ବିସ୍ଥାପିତ ହେଉଛନ୍ତି । ମାତ୍ର ସେପଟେ ଡୁମେରବାହାଲ ଗାଁରେ ଆଡ଼ିବନ୍ଧ ହେଉଥିବାବେଳେ ଏହି ଗାଁ ଲୋକଙ୍କୁ ବିସ୍ଥାପିତ କରାଯାଇନାହିଁ । ତେଣୁ ବିସ୍ଥାପିତ ହେଉଥିବା ୫ଟି ଗାଣର ଲୋକ ଏକଜୁଟ ହୋଇ ପ୍ରତିବାଦକୁ ଓହ୍ଲାଇଛନ୍ତି । ଡୁମେରବାହାଲ୍‌ରେ ହେଉଥିବା ପ୍ରକଳ୍ପ ଆଡ଼ିବନ୍ଧ କାମକୁ ଅଟକାଇବା ସହ ବିରୋଧ ପ୍ରତିବାଦ କରିଛନ୍ତି । ୧୮ ଦଫା ଦାବି ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଶତାଧିକ ମହିଳା, ପୁରୁଷ । ଦାବି ପୂରଣ ନହେବା ଯାଏଁ ଆଡ଼ି ବନ୍ଧ କାମ କରାଇ ଦେବେ ନାଗହିଁ ବୋଲି ଚେତାବନୀ ଦେଇଛନ୍ତି । ସଠିକ୍ କ୍ଷତିପୂରଣ ନମିଳିବା ଯାଏ ଧାରଣା, ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking