18.1 C
Bhubaneswar
Monday, December 22, 2025
Homeଅପରାଧରାସ୍ତା ମଝିରେ ୱାଇଏସଆର କଂଗ୍ରେସର ଯୁବନେତାଙ୍କୁ ନିର୍ମମ ହତ୍ୟା

ରାସ୍ତା ମଝିରେ ୱାଇଏସଆର କଂଗ୍ରେସର ଯୁବନେତାଙ୍କୁ ନିର୍ମମ ହତ୍ୟା

ଆନ୍ଧ୍ର ପ୍ରଦେଶ : ରାସ୍ତା ମଝିରେ ୱାଇଏସଆର କଂଗ୍ରେସର ଯୁବନେତାଙ୍କୁ ନିର୍ମମ । ହତ୍ୟା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାସ୍ତା ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ଆଠଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ହେଉଛନ୍ତି, ୱାଇଏସଆର କଂଗ୍ରେସ ଯୁବ ୱିଙ୍ଗର ସଦସ୍ୟ ଶେଖ ରସିଦ। ଶେଖ ଜିଲାନି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜିଲାନି ପ୍ରଥମେ ରସିଦଙ୍କ ଦୁଇ ହାତ କାଟି ଦେବା ପରେ ବେକକୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଫଳରେ ରସିଦଙ୍କର ମୃତ୍ୟୁ ଘଟିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହତ୍ୟାକାଣ୍ଡ ଘଟିଥିବା ବିନୁକୋଣ୍ଡା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏସପି କାଞ୍ଚି ଶ୍ରୀନିବାସ ରାଓ ଘଟଣାରେ ରାଜନୈତିକ ହିଂସାକୁ ଖଣ୍ଡନ କରିଛନ୍ତି। ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବ୍ୟକ୍ତିଗତ ବିବାଦ, ରାଜନୈତିକ ହିଂସା ନୁହେଁ ବୋଲି ଏସପି କହିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ି ବୋଲି ଏସପି ରାଓ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking