ନୂଆଦିଲ୍ଲୀ: ହରିୟାଣା ସରକାରଙ୍କ ବଡ଼ ଘୋଷଣା । ସରକାରୀ ଚାକିରିରେ ଅଗ୍ନିଶମ କର୍ମଚାରୀ ମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଘୋଷଣା କରିଛନ୍ତି। ଗ୍ରୁପ୍ ସିରେ ୫ ପ୍ରତିଶତ ସଂରକ୍ଷଣ ଦିଆଯିବ ଜ୍ଝ ସେହିପରି ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ମଧ୍ୟ ସୁଧ ବିନା ଉପଲବ୍ଧ ହେବ ଜ୍ଝ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି, “ଅଗ୍ନିପଥ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୪ ଜୁନ୍ ୨୦୨୨ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଅଗ୍ନିବୀରମାନେ ୪ ବର୍ଷ ପାଇଁ ଭାରତୀୟ ସେନାରେ ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ଏକ ଜନ କଲ୍ୟାଣ ଯୋଜନା।










