14.1 C
Bhubaneswar
Saturday, December 6, 2025
Homeଓଡିଶାବର୍ଷକୁ କେତେରଥର ସୁନାବେଶରେ ସଜେଇ ହୁଅନ୍ତି କାଳିଆଠାକୁର

ବର୍ଷକୁ କେତେରଥର ସୁନାବେଶରେ ସଜେଇ ହୁଅନ୍ତି କାଳିଆଠାକୁର

ପୁରୀ : ଶ୍ରୀକ୍ଷେତ୍ରରେ ପରିବେଶ ସାଙ୍ଗଙ୍କୁ କାଳିଆ ଠାକୁରର ସୁନା ବେଶ ଆଜି ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଅପରାହ୍ନ ୫ଟାରୁ ବେଶ ଆରମ୍ଭ ହେବାକୁ ସମୟ ଧାର୍ୟ୍ୟ କରାଯାଇଥିବାବେଳେ, ରାତି ୧୧ଟା ପର୍ୟ୍ୟନ୍ତ ସୁନାବେଶ ଦର୍ଶନ ଚାଲିବ । ରଥ ଉପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ତେବେ ଆପଣ ଜାଣନ୍ତି କି ମହାପ୍ରଭୁ ଗୋଟିଏ ବର୍ଷରେ କେତେ ଥର ସୁନାବେଶ ହୋଇଥାନ୍ତି ? ତେବେ ଆସନ୍ତୁ ଜାଣିବା ମହାପ୍ରଭୁ ବର୍ଷକୁ କେତେଥର ସୁନାବେଶ ହୁଅନ୍ତି। ମହାପ୍ରଭୁଙ୍କର ପାଞ୍ଚଥର ସୁନାବେଶ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ହୋଇଥାଏ । ଏଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ମହାପ୍ରଭୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking