ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହାପ୍ରଭୁଙ୍କର ଏହୂଇ ସୁନାବେଶକୁ ଦେଖିବାପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗିଛି। ଘଣ୍ଟ ,ଘଣ୍ଟା ,ଧ୍ୱନିରେ ଏକାଠି ହେଉଛି ଗଗନ ପବନ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ଆଜି ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ତେବେ ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହେଉଥିବାବେଳେ ଓ ଆଜି ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁ ଜଗନ୍ନାଥ ପିନ୍ଧିଛନ୍ତି କିରିଟ, ଶ୍ରୀପୟର, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ,ଓଢିଆଣୀ,ଚନ୍ଦ୍ରସୂର୍ୟ୍ୟ,ଆଡ଼କାନି,ଘାଗଡ଼ା ମାଳି,କଦମ୍ବ ମାଳି,ବାହାଡ଼ା ମାଳି,ତାବିଜ ମାଳି,ସେବତୀ ମାଳି,ତିଳକ,ଚନ୍ଦ୍ରିକା,ଅଳକା,ଝୋବାକଣ୍ଠି,ତ୍ରିଖଣ୍ଡିକା,କମରପଟି । ସେଭଳି ଆଜି ସୁନାବେଶରେ ବଳଭଦ୍ର ପିନ୍ଧିଛନ୍ତି କିରିଟ,ଶ୍ରୀପୟର,ଶ୍ରୀଭୁଜ, ହଳ ଓ ମୂଷଳ,ଓଢିଆଣୀ,କୁଣ୍ଡଳ,ଚନ୍ଦ୍ରସୂର୍ୟ୍ୟ,ଆଡ଼କାନି,ଘାଗଡ଼ା ମାଳି,କଦମ୍ବ ମାଳି,ବାହାଡ଼ା ମାଳି,ବାଘନଖ ମାଳି,ସେବତୀ ମାଳି,ତିଳକ,ଚନ୍ଦ୍ରିକା,ଅଳକା,ଝୋବାକଣ୍ଠି,ତ୍ରିଖଣ୍ଡିକା,କମରପଟି।
ଦେବୀ ସୁଭଦ୍ରା ମଧ୍ୟ କିରୀଟ,ଓଢ଼ିଆଣୀ,କାନ,ଚନ୍ଦ୍ରସୂର୍ୟ୍ୟ,ଘାଗଡ଼ା ମାଳି,କଦମ୍ବ ମାଳି,ସେବତୀ ମାଳି,ତଗଡ଼ି ପିନ୍ଧି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।