17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଦ୍ୱାଦଶ ପାସ୍ ଛାତ୍ରମାନଙ୍କ ପାଇଁ ଖୁସି ଖବର: ପ୍ରତିମାସରେ ମିଳିବ ଟଙ୍କା

ଦ୍ୱାଦଶ ପାସ୍ ଛାତ୍ରମାନଙ୍କ ପାଇଁ ଖୁସି ଖବର: ପ୍ରତିମାସରେ ମିଳିବ ଟଙ୍କା

ମୁମ୍ବାଇ : ଦ୍ୱାଦଶ ପାସ୍ ଛାତ୍ରମାନଙ୍କୁ ମିଳିବ ଟଙ୍କା ଏକଥା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଯୁବବର୍ଗମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଲାଡଲି ବହନ ଯୋଜନା ପରେ ଏବେ ଏକନାଥ ସିନ୍ଦେ ସରକାର ପୁରୁଷ ମାନଙ୍କ ପାଇଁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ଦ୍ୱାଦଶ ଶ୍ରେଣୀର ଯୁବବର୍ଗ ଏବଂ ଡିପ୍ଲୋମା ଛାତ୍ର ମାନଙ୍କୁ ଶିକ୍ଷାଦାନ ଆପ୍ରେଣ୍ଟିସିପ୍ ଅନ୍ତର୍ଗତ ଛାତ୍ରବୃତ୍ତି ପ୍ରଦାନ କରିବେ। ଏହି ଯୋଜନା ଅନୁସାରେ , ଦ୍ୱାଦଶ ପାସ୍ ଛାତ୍ର ମାନଙ୍କ ପାଇଁ ମାସକୁ ୬,୦୦୦ଟଙ୍କା, ଡିପ୍ଲୋମା ଛାତ୍ର ମାନଙ୍କ ପାଇଁ ୮,୦୦୦ ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ର ମାନଙ୍କ ପାଇଁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପନ୍ଧାରିର ପାଣ୍ଡୁରଙ୍ଗା ମହାପୂଜା ପ୍ରଦର୍ଶନ କରିବା ପରେ କୃଷି ପନ୍ଧାରି ୨୦୨୪ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking