18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଗାଜା ସ୍କୁଲ୍ ଉପରେ ଆକ୍ରମଣ: ୧୫ ମୃତ

ଗାଜା ସ୍କୁଲ୍ ଉପରେ ଆକ୍ରମଣ: ୧୫ ମୃତ

ତେଲଅଭିଭ୍‌: ପାଲେଷ୍ଟାଇନ୍ ସହର ଗାଜା ଉପରେ ଇସ୍ରାଏଲ ସେନା ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ଯୋଗୁ ୧୫ ହମାସ୍ ଉଗ୍ରବାଦୀ ନିହତ ହୋଇଛନ୍ତି । ଏଠାରେ ଥିବା ଏକ ସ୍କୁଲ୍ ବିଲ୍ଡିଂକୁ ଟାର୍ଗେଟ୍ କରିବା ପୂର୍ବକ ଇସ୍ରାଏଲ୍ ଏହି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ତେବେ ଏହି ସ୍କୁଲ ବିଲ୍ଡିଂରେ ହମାସ୍ ଉଗ୍ରବାଦୀମାନେ ଶରଣ ନେଇଥିବା ଜାଣିବା ପରେ ଆକାଶମାର୍ଗରୁ ଟାର୍ଗେଟ୍ କରାଯାଇଥିବା ଇସ୍ରାଏଲ ସେନା ଦର୍ଶାଇଛି । ପ୍ରକାଶ, ଗତ ୮ଦିନ ମଧ୍ୟରେ ଗାଜାର ବିଭିନ୍ନ ସ୍କୁଲ ଉପରେ ଇସ୍ରାଏଲର ଏହା ୫ମ ଆକ୍ରମଣ । ଇସ୍ରାଏଲ ସେନା କହିଛି ଯେ ସ୍କୁଲରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥିବାରୁ ଏହାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି । ଅନ୍ୟପଟେ ହମାସ ପରିଚାଳିତ ସାଧାରଣ ସୁରକ୍ଷା ଏଜେନ୍ସି କହିଛି ଯେ ସ୍କୁଲରେ ଯୁଦ୍ଧ ପ୍ରଭାବିତ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କ ଉପରେ ଇସ୍ରାଏଲ ଯୁଦ୍ଧ ନିୟମ ଉଲଂଘନ ପୂର୍ବକ କ୍ଷେପଣାସ୍ତ୍ର ମାଡ କରିଛି । ଆବୁ ଆରବାନ ସ୍କୁଲ ଜାତିସଂଘ ପରିଚାଳିତ ଏକ ରିଲିଫ୍ ଶିବିର ହୋଇଥିବାବେଳେ ଏହା ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଥିବା ହମାସ ଦର୍ଶାଇଛି । ଏସବୁ ମଧ୍ୟରେ ଗାଜାର ସ୍କୁଲ ଉପରେ ହୋଇଥିବା ଏହି ଆକ୍ରମଣର ତଦନ୍ତ ଲାଗି ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି । ପ୍ରକାଶ, ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking