30.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶସେନା ମୁଖ୍ୟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଏମିତି ନିର୍ଦ୍ଦେଶ..

ସେନା ମୁଖ୍ୟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଏମିତି ନିର୍ଦ୍ଦେଶ..

ଶ୍ରୀନଗର: ଜମ୍ମୁର ଡୋଡାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି । ମଙ୍ଗଳବାର ଏହି ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଆତଙ୍କବାଦୀ ଘଟଣାର କଡା ମୁକାବିଲା କରିବାକୁ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ରାଜନାଥ ସିଂ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ କହିଥିଲେ, ଯେ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନଗୁଡ଼ିକ ଉପରେ କୌଣସି ଢିଲା ହେବା ଉଚିତ୍ ନୁହେଁ ।

ଡୋଡାଠାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା ମୁଖ୍ୟଙ୍କଠାରୁ ସୂଚନା ନେଇଥିଲେ । ସେନା ମୁଖ୍ୟଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଜମ୍ମୁର ଡୋଡା ଜିଲାରେ ହଠାତ୍ ବହୁ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସେନା ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking