24.1 C
Bhubaneswar
Monday, April 6, 2026
Homeଓଡିଶାଭଙ୍ଗା ଯିବନି ବଲ୍ଲେ ବଲ୍ଲେ ଢାବା

ଭଙ୍ଗା ଯିବନି ବଲ୍ଲେ ବଲ୍ଲେ ଢାବା

ଯାଜପୁର : ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା। ଯାଜପୁର ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବାକୁ ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ। କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିନଥିଲେ ବି ସୂଚନା ଦେଇଛନ୍ତି ବିଡିଓ। ସରକାରୀ ଅର୍ଥରେ ଧର୍ମଶାଳା ଭବନ ଓ ଫୁଡ୍ କୋର୍ଟ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭଙ୍ଗାଯିବନି ବୋଲି ବିଡିଓ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢାବାର ଫୁଡ୍ କୋର୍ଟ ଲିଜ୍ ନେଇଛନ୍ତି ଅକ୍ଷୟ ନାୟକ ନାମକ ଜଣକ ବ୍ୟକ୍ତି। ଅକ୍ଷୟ ନାୟକ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜଣେ ସମର୍ଥକ ଥିଲେ । ସେ ଏହି ଘଟଣାକୁ ନେଇ ଧର୍ମଶାଳା ବିଡିଓଙ୍କୁ ଭେଟି ଆଲୋଚନା କରିଛନ୍ତି। ଧର୍ମଶାଳାର ଏହି ଢାବାକୁ ନେଇ ରାଜନୀତି ତେଜିଥିଲା। ଯାହାଫଳରେ ଏଠାରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ ରହିଛି।ଏହି ଢାବାଟିକୁ ବିଜେଡି ନେତ୍ରୀ ଏଲିନା ଦାସ ଚଳାଉଥିବାର କୁହାଯାଉଥିଲା। ଯାହାଙ୍କ ପଛରେ ଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ଯେଉଁଠି ଲାଗୁଥିଲା ବଡ଼ ବଡ଼ ଗାଡ଼ି ମୋଟର, ରଙ୍ଗୀନ ହେବାକୁ ଆସୁଥିଲେ ନେତା ଆଉ ମନ୍ତ୍ରୀ। ଦିନରେ ଢାବା, କିନ୍ତୁ ରାତିରେ ରଙ୍ଗାଶାଳା ପାଲଟୁଥିବାର ଅଭିଯୋଗ ହେଉଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking