16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶସାମ୍ନାକୁ ଆସିଲା ସତ , କାହିଁକି ବିକାଶକୁ ପ୍ରତି ଶନିବାର କାମୁଡେ ସାପ

ସାମ୍ନାକୁ ଆସିଲା ସତ , କାହିଁକି ବିକାଶକୁ ପ୍ରତି ଶନିବାର କାମୁଡେ ସାପ

ଉତ୍ତରପ୍ରଦେଶ : ଜଣେ ଯୁବକକୁ ପ୍ରତି ଶନିବାର ସାପ କାମୁଡୁଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାବାସିନ୍ଦା ବିକାଶ ଦୁବେଙ୍କୁ ୪୦ ଦିନ ମଧ୍ୟରେ ସାତଥର ସାପ କାମୁଡ଼ିଲାଣି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଉ ଏହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଜଙ୍ଗଲ ବିଭାଗ ସହିତ ସ୍ବାସ୍ଥ୍ୟ ବିଭାଗର ଟିମ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ପାଞ୍ଚ ଦିନ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି ଯେ ବିକାଶ ଦୁବେଙ୍କ ଦେହରେ ଥିବା ସାତୋଟି ସାପ କାମୁଡ଼ିବା ଚିହ୍ନ ମଧ୍ୟରୁ ୬ଟି ସାପ କାମୁଡ଼ିବା ନୁହେଁ।ବିକାଶଙ୍କୁ ପ୍ରଥମ ଥର ପାଇଁ ସାପ କାମୁଡ଼ିଥିଲା। ଯାହା ପରେ ସାପ କାମୁଡ଼ିବା ଦେଖାଯାଏ ତାହା ସନ୍ଦେହଜନକ ଚିହ୍ନ କିନ୍ତୁ ସେଗୁଡିକ ସାପ କାମୁଡ଼ା ଚିହ୍ନ ନୁହେଁ । ତାଙ୍କୁ ଚିକିତ୍ସା କରିଥିବା ଡକ୍ଟର ଜବାହରଲାଲଙ୍କ କହିବା ଅନୁଯାୟୀ, ଅନୁସନ୍ଧାନ ରିପୋର୍ଟରେ ଲେଖା ହୋଇଛି। ଚିକିତ୍ସାରେ ଆଣ୍ଟି-ବିଷର ସାଧାରଣ ମାତ୍ରା ୪ଗୁଣ ଥିବା କୁହାଯାଇଛି। କେଉଁ ପ୍ରଜାତିର ସାପ ବିକାଶଙ୍କୁ କାମୁଡିଲା ତାହା ଜଣାନାହିଁ। ପୀଡିତ ଏବଂ ତାଙ୍କ ପରିବାରର ଅନୁରୋଧ କ୍ରମେ ମୁଁ ତାଙ୍କୁ ସାତଥର ଚିକିତ୍ସା କରିଛି ଏବଂ ଚାରିଥର ମୁଁ ଆଣ୍ଟି-ବିଷର ସାଧାରଣ ମାତ୍ରା ଦେଇଛି। ତେବେ ବନ ବିଭାଗର ଟିମ ମଧ୍ୟ ଏହି ଘଟଣାର ତଦନ୍ତ ଚଲାଇଛନ୍ତି । ଡିଏଫଓ ରାମାନୁଜ ତ୍ରିପାଠୀ କହିଛନ୍ତି ଯେ, ଏପର୍ୟ୍ୟନ୍ତ ଅନୁସନ୍ଧାନରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି ଯେ ବିକାଶ ଦୁବେଙ୍କ ବ୍ୟତୀତ ଏପର୍ୟ୍ୟନ୍ତ ସାପକୁ କେହି ଦେଖି ନାହାଁନ୍ତି। ଯେଉଁ ସ୍ଥାନରେ ବିକାଶ ଦୁବେଙ୍କୁ ସାପ କାମୁଡ଼ିଥିଲା ସେହି ସ୍ଥାନଗୁଡିକ ମଧ୍ୟ ଅନୁସନ୍ଧାନ କରାଯାଇଥିଲା, କିନ୍ତୁ ସେଠାରେ କେଣସି ସାପ ମିଳି ନ ଥିଲା। ବିକାଶ ଦୁବେ କହିଛନ୍ତି ତାଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ି ଦେଇଛି। ସେ ନିଜେ ଏହାକୁ ତିନିଥର ଦେଖିଛନ୍ତି। ଅନୁସନ୍ଧାନରେ ଏପର୍ୟ୍ୟନ୍ତ ପ୍ରିମା ଫେସୀ ଘଟଣା ସନ୍ଦେହଜନକ ମନେହେଉଛି । ସାପ କାମୁଡ଼ାରେ ପୀଡିତ ୨୪ ବର୍ଷ ବୟସ୍କ ବିକାଶ ଦୁବେ ମାଲୱା ପୋଲିସ ଷ୍ଟେସନ ଅଞ୍ଚଳର ସେରା ଗାଁର ବାସିନ୍ଦା। ବିକାଶ ଦୁବେ ଦାବି କରିଛନ୍ତି ଯେ, ୪୦ ଦିନ ମଧ୍ୟରେ ସାପ ତାଙ୍କୁ ସାତଥର କାମୁଡିଛି ସେ ପୁଣି ଶନିବାରକୁ ଶନିବାର ୭ ଥର ସାପ କାମୁଡ଼ିଛି । ପ୍ରତ୍ୟେକ ଥର ସାପ କାମୁଡ଼ିବା ପୂର୍ବରୁ ବିପଦ ଅନୁଭବ କରିଥାନ୍ତି ବୋଲି ଦୁବେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking