ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରିବା ପ୍ରଭାବରେ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ସେହିପରି ସୁନ୍ଦରଗଡ, କେନ୍ଦୁଝର , ଝାରସୁଗୁଡା, ଢେଙ୍କାନାଳ, ଅନୁଗୁଳ , ବରଗଡ, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା , ଗଜପତି ଓ କଳାହାଣ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, କେନ୍ଦ୍ରାପଡା,ପୁରୀ ଓ କଟକ ଜିଲ୍ଲାରେ ବର୍ଷା ,ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଗତକାଲି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ନୂଆପଡା, ବଲାଙ୍ଗୀର, କଳାହାଣ୍ତି, ରାୟଗଡା, କଳାହାଣ୍ତି, କୋରାପୁଟ ଜିଲ୍ଲାର ଗୋଟିଏ ରୁ ୨ ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୧୯ରେ ପୁଣି ଏକ ଲଘୁଚାପ ହେବ । ଏହି ଦୁଇ ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଆଗକୁ ଆହୁରି ଦୁଇଟି ଲଘୁଚାପ ଥିବାରୁ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଭରଣା ହେବ ବୋଲି ସେ କହିଛନ୍ତି ।










