16.1 C
Bhubaneswar
Tuesday, January 7, 2025
Homeଓଡିଶାସୁକିନ୍ଦା ନିର୍ବାଚନ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରୀତିରଞ୍ଜନ

ସୁକିନ୍ଦା ନିର୍ବାଚନ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରୀତିରଞ୍ଜନ

କଟକ: ରାଜ୍ୟ ସମବାୟ,ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ ବେଳେ ଶ୍ରୀ ବଳସାମନ୍ତ ଅନେକ ତଥ୍ୟ ଲୁଚାଇଥିବା ପରାଜିତ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ମାମଲାରେ ଦର୍ଶାଇଛନ୍ତି । ସୂଚନା ଅନୁସାରେ, ଯାଜପୁର ଜିଲା ୫୪ ନମ୍ବର ବିଧାନସଭା ଆସନ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟ ପାଇ ବିଧାୟକ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଥିଲେ ଶ୍ରୀ ବଳସାମନ୍ତ । ସେ ନାମାଙ୍କନ ବେଳେ ପ୍ରଦାନ କରିଥିବା ସତ୍ୟପାଠରେ ନିଜର ମାଟ୍ରିକ ପାସ୍ ହେବାର ଭୁଲ ତଥ୍ୟ ପ୍ରଦାନ କରିଛନ୍ତି । ସେହିପରି ଗଞ୍ଜେଇ ଚାଲାଣ ଓ କାଠ ଚୋରି ମାମଲାରେ ସଂପୃକ୍ତ ଥିବା ଶ୍ରୀ ବଳସାମନ୍ତ ତାହାକୁ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି । ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ନକରିବାରୁ ଶ୍ରମିକମାନେ ପ୍ରଦୀପଙ୍କ ନାଁରେ କରିଥିବା ମାମଲା ସଂକ୍ରାନ୍ତରେ ମଧ୍ୟ ବଳସାମନ୍ତ ନିଜ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି । ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ଘଡ଼ାଇଙ୍କ ଏହି ନିର୍ବାଚନ ମଣ୍ଡଳୀରୁ ବଳସାମନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଲଢ଼ୁଥିଲେ । ବଳସାମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ସାମଲ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking