ପୁରୀ: ପୁଣିଥରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଛି । ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ଆଜି ବାହୁଡ଼ାଯାତ୍ରାରେ ବାହୁଡ଼ି ଆସୁଛନ୍ତି ମହାପ୍ରଭୁ। ଆଗେ ଆଗେ ବଡ଼ ଠାକୁର ବଳଭଦ୍ର ଆସୁଥିବାବେଳେ ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା ଏବଂ ଭଉଣୀଙ୍କ ପଚହାରେ ଝୁଲି ଝୁଲି ଆସୁଛନ୍ତି କାଳିଆ ଠାକୁର । ଆଉ ଏହାରି ଆରମ୍ଭ ହୋଇଛି ମହାପ୍ରଭୁଙ୍କର ଛେରାପହଁରା । ତେବେ ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ଦେଖୁଛନ୍ତି ଶ୍ରଦ୍ଧାଳୁ ।









