26.1 C
Bhubaneswar
Friday, May 8, 2026
Homeଓଡିଶାଅପହୃତ ମିଲ ମାଲିକଙ୍କୁ ଉଦ୍ଧାର କଲା କୋରାପୁଟ ପୋଲିସ

ଅପହୃତ ମିଲ ମାଲିକଙ୍କୁ ଉଦ୍ଧାର କଲା କୋରାପୁଟ ପୋଲିସ

କୋରାପୁଟ : ଅପହୃତ ମିଲ ମାଲିକ ଏ ରମେଶ ପାତ୍ର ଉଦ୍ଧାର ହୋଇଛନ୍ତି । ମଧ୍ୟ ରାତିରେ ଅପହୃତ ରମେଶ ପାତ୍ରଙ୍କୁ କୋରାପୁଟ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଗତ ଦୁଇଦିନ ତଳେ ତାଙ୍କୁ ପେରାହାଣ୍ଡିରୁ କାର ସହ ଉଠାଇ ନେଇଥିଲେ ଅପହରଣକାରୀ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରୁ ଉଠାଇନେଇଥିଲେ । ତେବେ ଏ ରମେଶ ପାତ୍ର ହେଇଉଛନ୍ତି ପେରାହାଣ୍ଡି ଏସଏଲଭିଏନ ମୋଡେନ ରାଇସ ମିଲର ମାଲିକ । ଗତ ଦୁଇଦିନ ତଳେ ସେ ନିଖୋଜ ଥିବା ଅଭିଯୋଗ ହୋଇଥିଲା ।ସୂଚନା ଅନୁଯାୟୀ, ଏ ରମେଶ ପାତ୍ର ୨ ଦିନ ତଳେ ପେରାହାଣ୍ଡି ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର୍ କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିଲେଏବଂ ଅପହରଣକାରୀମାନେ ତିନିଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ମଧ୍ୟରାତିରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking