30.1 C
Bhubaneswar
Wednesday, March 25, 2026
Homeଓଡିଶା'କଳ୍‌କୀ' ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଲେ ମୁକେଶ ଖାନ୍ନା

‘କଳ୍‌କୀ’ ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଲେ ମୁକେଶ ଖାନ୍ନା

‘କଳ୍‌କୀ’ ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଲେ ମୁକେଶ ଖାନ୍ନା

ଅନେକ ସମୟରେ ଫିଲ୍ମକୁ ନେଇ ଅନେକ ଗୁଡିଏ ବିବାଦ ଘେରରେ ଛନ୍ଦି ହୋଇଯାଇଥାନ୍ତି ସିନେ ତାରକା ।
ତେବେ ଏହାରି ମଧ୍ୟରେ ବିବାଦ ଘେରକୁ ଆସିଛନ୍ତି ମୁକେଶ ଖାନ୍ନା । ଯାହାଙ୍କୁ ସମସ୍ତେ ଶକ୍ତିମାନ ଭାବରେ ଜାଣନ୍ତି । ତେବେ ବଲିଉଡର ଅଭିନେତା ମୁକେଶ ଖାନ୍ନା ଫିଲ୍ମ ‘କଲକୀ’କୁ ନେଇ ଏକ ବୟାନ ଦେଇଛନ୍ତି । ମୁକେଶଙ୍କ କହିବା ଅନୁଯାୟୀ, ‘ଓଡ଼ିଶା ଲୋକେ କଳ୍‌କୀ ଫିଲ୍ମ ବୁଝି ପାରିବେନି’ । ଏନେଇ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରବଳ ଟ୍ରୋଲ ହେଉଛନ୍ତି ମୁକେଶ୍ ଖାନ୍ନା। ଏତେ ହାଲୁକା ମନ୍ତବ୍ୟ ମୁକେଶଙ୍କ ଭଳି ବରିଷ୍ଠ ଅଭିନେତା କେମିତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଦର୍ଶକ।ପ୍ରଭାସ ଓ ଅମିତାଭ ବଚ୍ଚନଙ୍କ ହାଇବଜେଟ୍ ଫିଲ୍ମ କଳ୍‌କୀ-୨୮୯୮ ଇଊର ରିଭ୍ୟୁ କରିଥିଲେ ମୁକେଶ। ସିନେମାକୁ ସମାଲୋଚନା କରିବାକୁ ଯାଇ କହିଥିଲେ କି, ସିନେମାର କାହାଣୀ ଏମିତି କି ଓଡ଼ିଶା, ବିହାରରେ ରହୁଥିବା ଲୋକେ ଓ ବିଶେଷ ଭାବେ ଗାଁ ଲୋକେ ଏହାକୁ ବୁଝି ପାରିବେନି ବୋଲି କହିଥିଲେ ।ହଲିଉଡ୍ ଦର୍ଶକ ଏମାନଙ୍କଠୁ ବୁଦ୍ଧିଆ, ବିଦେଶରେ ଏପରି ଫିଲ୍ମ ଚାଲିପାରିବ କିନ୍ତୁ ଓଡ଼ିଶାରେ ନୁହେଁ। ଆଉ ଏବେ ବିବାଦ ପରେ ନିଜ ଆଡ଼ୁ ସ୍ପଷ୍ଟୀକରଣ ରଖିଛନ୍ତି ମୁକେଶ। ସେ ଓଡ଼ିଶାକୁ କିମ୍ବା ଓଡ଼ିଆଙ୍କୁ ଖରାପ କହିନାହାନ୍ତି ବରଂ ସିନେମାକୁ ନେଇ ସମାଲୋଚନା କରିଥିଲେ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking