28.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶସ୍ତ୍ରୀକୁ ଟେକି ଝରକା ବାହାରକୁ ଫିଙ୍ଗିଦେଲା ସ୍ୱାମୀ

ସ୍ତ୍ରୀକୁ ଟେକି ଝରକା ବାହାରକୁ ଫିଙ୍ଗିଦେଲା ସ୍ୱାମୀ

ଇସଲାମାବାଦ: ରାଗ ମଣିଷର ପରମ ଶତ୍ରୁ । କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ । କିଛି ଲୋକ ଅଛନ୍ତି, ଯେଉଁମାନେ ଛୋଟ କଥାରେ ବି ଭୟଙ୍କର ଭାବେ ରାଗିଯାଇ ଅଜବ କାଣ୍ଡ ଘଟାଇଥାନ୍ତି । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଚିକେନ ତରକାରି ଭଲ ଲାଗିଲାନି ବୋଲି ସେ ତାଙ୍କ ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ ।

ଏପରି ଘଟଣା ଦେଖିବାକୁ ମିଳିଛି ପଡ଼ୋଶୀ ଦେଶ ପାକିସ୍ତାନରେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ପାକିସ୍ତାନର ବୋଲି କୁହାଯାଉଛି । ଭିଡିଓରେ ଉପରୁ ଖସିପଡିଥିବା ମହିଳାଙ୍କୁ ସ୍ୱାମୀ, ଯାଆ, ଶାଶୁ ମିଶି ତଳକୁ ଫିଙ୍ଗି ଦେଇଛନ୍ତି । ମହିଳାଙ୍କ ଦୋଷ ଥିଲା ଯେ ସେ ଚିକେନକୁ ଠିକ୍ ଭାବରେ ରାନ୍ଧି ନ ଥିଲେ । ଯେଉଁଥିପାଇଁ ତାଙ୍କ ସ୍ୱାମୀ, ଯାଆ ଏବଂ ଶାଶୁ ଏକାଠି ହୋଇ ତାଙ୍କୁ ବିଲଡିଂର ଝରକା ପଟେ ତଳକୁ ଫିଙ୍ଗି ଦେଇଥିଲେ । ଏହି ଘଟଣା ଲାହୋରର ନାନ୍‌ରିଆଲ ଛକସ୍ଥିତ ଶାଲିମାର ରୋଡ୍ ନିକଟରେ ଘଟିଛି । ପଡ଼ୋଶୀମାନେ ମଧ୍ୟ ମହିଳାଙ୍କ ପଡ଼ିବାର ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସି ତାଙ୍କୁ ଉଠାଇବାରେ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking