27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅଜଣା ବନ୍ଧୁକଧାରୀ ଗୁଳିରେ ୩ ମୃତ

ଅଜଣା ବନ୍ଧୁକଧାରୀ ଗୁଳିରେ ୩ ମୃତ

ଆଲାମେଡା: ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ ହୋଇଛି । କାଲିଫର୍ଣ୍ଣିଆର ଆଲାମେଡା ସହରରେ ଜଣେ ବନ୍ଧୁକଧାରୀ ୩ ଜଣଙ୍କୁ ଗୁଳି କରି ହତ୍ୟା କରିଛି। ଫଳରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ଘଟଣା ପଛର କାରଣ ଜାଣିବା ପାଇଁ ସଂଦିଗ୍ଧକୁ ପୁଲିସ ପଚରାଉଚରା କରୁଛି। ଫୋରେନସିକ୍ ପରୀକ୍ଷା ପାଇଁ ଘଟଣାସ୍ଥଳରୁ ନମୁନା ନିଆଯାଇଛି। ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଆଲାମେଡା ପୁଲିସ ବିଭାଗ (ଏପିଡି) ଏହି ସୂଚନା ଦେଇଛି। ଫେସବୁକରେ ଜାରି କରାଯାଇଥିବା ଏକ ବିବୃତିରେ ପୁଲିସ କହିଛି ଯେ ଆଲାମେଡା ସହରର କିଟି ହକ୍ ରୋଡର ୪୦୦ ବ୍ଲକରେ କେହିଜଣେ ତାଙ୍କ ପଡ଼ୋଶୀଙ୍କୁ ଗୁଳି କରାଯାଇଛି ବୋଲି ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ୍ ଆସିଥିଲା। ଏହାପରେ ଆଲାମେଡା ଥାନା ଅଧିକାରୀ ମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଠାବ କରିଥିଲେ। ଗୋଟିଏ ପରିବାରର ଜଣେ ନାବାଳକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking