21.1 C
Bhubaneswar
Thursday, February 12, 2026
Homeଅପରାଧରାଜନୈତିକ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ରାଜନୈତିକ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବୀରମହାରାଜପୁରରେ ନିର୍ବାଚନୀ ପରିବର୍ତ୍ତୀ ହିଂସା ଅଭିଯୋଗ। ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ। ଫୁଳଚରା ଗାଁର ସୁରଥ ନାଏକ ଗତକାଲିଠାରୁ ନିଖୋଜ ଥିବା ବେଳେ ଜୋର ନିକଟରୁ ତାଙ୍କ ଚପଲ ମିଳିଛି। ଏଥିସହ ତାଙ୍କୁ ଘୋଷାଡି ନେଇଥିବା ଚିହ୍ନ ମଧ୍ୟ ରହିଛି।

ପୁଲିସ ପ୍ରଥମେ ଏତଲା ରଖୁ ନଥିବା ବେଳେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି । ଯଦି ସୁରଥଙ୍କୁ ହତ୍ୟା କରାଯାଇଥାଏ ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ବିଧାୟକ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୃତଦେହ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking