19.1 C
Bhubaneswar
Sunday, December 21, 2025
Homeଅପରାଧବାପାକୁ ଟାଙ୍ଗିଆରେ ହାଣିଲା ପୁଅ

ବାପାକୁ ଟାଙ୍ଗିଆରେ ହାଣିଲା ପୁଅ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଙ୍ଗୁରିପାଲି ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ଟାଙ୍ଗିଆରେ ହାଣିଲା ପୁଅ ଯାହାଫଳରେ ବାପାର ଜୀବନ ଚାଲିଯାଇଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଗାଁର ଧନଞ୍ଜୟ ଅଜଗର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମତାନ୍ତର ଲାଗି ରହୁଥିଲା। ଫଳରେ ତାଙ୍କର ବଡ଼ ପୁଅ ବିଦ୍ୟାଧର ମା’କୁ ମାମୁଁଘରକୁ ପଠାଇ ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧନଞ୍ଜୟ ନିଶାଗ୍ରସ୍ତ ଅବସ୍ଥାରେ ବିଦ୍ୟାଧରଙ୍କୁ ଗାଳିଗୁଳିଗୁଲଜ କରିଥିଲେ। ଦୁହିଁଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା। ଏହି ସମୟରେ ବିଦ୍ୟାଧର ଧନଞ୍ଜୟଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପୁଅର ଟାଙ୍ଗିଆ ଚୋଟରେ ଧନଞ୍ଜୟ ଲହୁଲୁହାଣ ହୋଇ ପଡିଥିଲେ। ପରେ ପଡୋଶୀ ଧନଞ୍ଜୟଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ନେଇଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଧନଞ୍ଜୟଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ମୃତଦେ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯିବ ବୋଲି ଜଣାପଡ଼ିଛି। ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking