27.4 C
Bhubaneswar
Thursday, May 14, 2026
Homeଓଡିଶାରାୟଗଡ଼ାରେ ଝାଡାବାନ୍ତିରେ ଜଣେ ମୃତ ; ୬ ମେଡିକାଲରେ ଭର୍ତ୍ତି

ରାୟଗଡ଼ାରେ ଝାଡାବାନ୍ତିରେ ଜଣେ ମୃତ ; ୬ ମେଡିକାଲରେ ଭର୍ତ୍ତି

ରାୟଗଡ଼ା : ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ମୁଣ୍ଡ ଟେକିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ମୃତକଙ୍କ ନାଁ ଚିତ୍ର ସୁନା। ଝାଡାବାନ୍ତି ଆତଙ୍କ ଖେଳିବା ପରେ ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପିଇବା ପାଣି ପାଇଁ ଡାଇରିଆ ବ୍ୟାପିବାରେ ଲାଗିଛି । କିଛି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଟେଷ୍ଟା ପାଇଁ ପଠାଯାଇଛି ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking